ETV Bharat / state

ପୋଟ୍ରାଗୁଡାର ଅସହାୟ ଲକ୍ଷ୍ମୀ, ପରିବାର ପ୍ରତିପୋଷଣ ପାଇଁ ପ୍ରଶାସନକୁ ନିବେଦନ - ପୋଟ୍ରାଗୁଡାର ଅସହାୟ ଲକ୍ଷ୍ମୀ

କୋଟପାଡ଼ ବ୍ଲକର ବତାସନା ପଞ୍ଚାୟତ ଅନ୍ତର୍ଗତ ପୋଟ୍ରାଗୁଡା ଗ୍ରାମର ଯୁବତୀ ଲକ୍ଷ୍ମୀ ସମରଥ । 23 ବର୍ଷ ବୟସରରୁ ମୁଣ୍ଡରେ ପରିବାରର ବୋଝ । ଆଠଜଣଙ୍କ ଭାର ଉଠାଇବାରେ ଅସକ୍ଷମ ହେବାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

ପୋଟ୍ରାଗୁଡାର ଅସହାୟ ଲକ୍ଷ୍ମୀ
ପୋଟ୍ରାଗୁଡାର ଅସହାୟ ଲକ୍ଷ୍ମୀ
author img

By

Published : Feb 17, 2023, 12:29 PM IST

ପୋଟ୍ରାଗୁଡାର ଅସହାୟ ଲକ୍ଷ୍ମୀ

କୋରାପୁଟ: ଆଖିରେ ଅସୁମାରୀ ସ୍ବପ୍ନ । ପାଠ ପଢିଥିବାରୁ ଚାକିରି ଖଣ୍ଡେ କରିବା ପାଇଁ ମନରେ ପ୍ରବଳ ଆଗ୍ରହ । ହେଲେ ଦଇବ ଦାଉ ସାଧିବା ଯୋଗୁଁ ଦୁଃଖ କଷ୍ଟରେ ବିତୁଛି ଜୀବନ । ପରିବାରର ଆଠଜଣଙ୍କ ଭାର ଉଠାଉଛନ୍ତି କୋଟପାଡ଼ ବ୍ଲକର ବତାସନା ପଞ୍ଚାୟତ ଅନ୍ତର୍ଗତ ପୋଟ୍ରାଗୁଡା ଗ୍ରାମର ଯୁବତୀ ଲକ୍ଷ୍ମୀ ସମରଥ । ପରିବାର ପ୍ରତିପୋଷଣରେ ଅକ୍ଷମ ହେବାରୁ ଶେଷରେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

୨୩ ବର୍ଷୀୟ ଲକ୍ଷ୍ମୀ ସମରଥ ସ୍ନାତକ ପାଠ ପଢିଛନ୍ତି । ପରିବାରରେ ବଡ ଭାଇ ବନମାଳୀ ସମରଥଙ୍କ ଅକାଳ ବିୟୋଗ ପରେ ବୃଦ୍ଧ ବାପା ମା’ ଓ ଶାରୀରିକ ଅକ୍ଷମ ଭାଇର ଦାୟିତ୍ୱ ଲକ୍ଷ୍ମୀଙ୍କ କାନ୍ଧରେ ପଡିଥିଲା । କିନ୍ତୁ ଏହାପରେ ବିଧବା ଭାଉଜ ତାଙ୍କ ଚାରୋଟି ସନ୍ତାନଙ୍କୁ ଛାଡି ଦେଇ ଆଉ ଜଣକୁ ବାହାହୋଇ ଚାଲିଯାଇଥିଲେ । ଏହାପରେ ଲକ୍ଷ୍ମୀଙ୍କ କାନ୍ଧରେ ବୋଝ ବଢିବାକୁ ଲାଗିଲା । ବାର୍ଦ୍ଧକ୍ୟ ଅବସ୍ଥାରେ ଚାଷ କରି ପରିବାର ପୋଷିବା ଦିଗରେ ବାପା ମାଆ ଅସମର୍ଥ ହୋଇଥିବା ବେଳେ ଘରେ ପଇସାଟିଏ ଅର୍ଜନ କରିବା ପାଇଁ ଆଉ ହାତଟିଏ ବି ନାହିଁ ।

ବଡ ଝିଆରୀ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଅନ୍ୟ ତିନି ଜଣ ଝିଆରୀ ମଧ୍ୟ ଗାଁ ବିଦ୍ୟାଳୟକୁ ଯାଉଛନ୍ତି । ସ୍ଥାନୀୟ ମହାବିଦ୍ୟାଳୟରେ ବିଏ ଡିଗ୍ରୀ ହାସଲ କରିଥିଲେ ହେଁ ଏହି ଆଦିବାସୀ ଝିଅଟି ପାଖରେ ସରକାରଙ୍କ ଦ୍ୱାରା ଆଦିବାସୀ ମହିଳାଙ୍କ ପାଇଁ ଘୋଷିତ କର୍ମ ନିଯୁକ୍ତିର ଲାଭ ମଧ୍ୟ ପହଞ୍ଚି ପାରିନାହିଁ । ଘର ପରିବାର ଚଳାଇବା ନିମନ୍ତେ ଦାଦନ ଖଟିବା ପାଇଁ କେଉଁଠାକୁ ଚାଲିଯିବାକୁ ମନ ଚାହୁଁଥିବା ବେଳେ ପରିବାର ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯିବା ଭୟରେ ଗାଁ ବାହାରକୁ ପାଦ ବାହାର କରିପାରୁନଥିବା ନେଇ ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବରଗଡରେ ବୀଭତ୍ସ ହତ୍ୟାକାଣ୍ଡ, ଝରଣାରେ ଗାଧେଇବାକୁ ଯାଇଥିବା ମହିଳାଙ୍କୁ ନିର୍ମମ ହତ୍ୟା

ଏହାପରେ କୌଣସି ଉପାୟ ନପାଇ ସେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ପାଇଁ ଯାଇଥିଲେ କିନ୍ତୁ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା କାରଣରୁ ସେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଲକ୍ଷ୍ମୀ ଓ ତାର ପରିବାରର ସ୍ଥିତି ସମ୍ପର୍କରେ ଶୁଣିବା ପରେ ଲକ୍ଷ୍ମୀଙ୍କ ଝିଆରୀଙ୍କ ମଧ୍ୟରୁ ଜଣଙ୍କୁ ସ୍ପନ୍ସରସିପର ସୁବିଧା ଯୋଗାଇବା ସହିତ ବିଦ୍ୟାଳୟକୁ ଯାଉଥିବା ଝିଆରୀମାନଙ୍କୁ ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରିବାର ସୁବିଧା ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି । ଲକ୍ଷ୍ମୀ ପାଇଁ କର୍ମ ନିଯୁକ୍ତି ପାଇଁ ମଧ୍ୟ କୋଟପାଡ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବେ ବୋଲି ସେ ଭରଷା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.