ETV Bharat / state

ଡାକଘରରେ ବ୍ରଡବ୍ୟାଣ୍ଡ ଅକାମୀ, 15 ଦିନ ହେଲା ଡାକ ସେବା ଠପ - କୋରାପୁଟର ଲମତାପୁଟ ଡାକଘରର ବ୍ରଡବେଣ୍ଡ ଅଚଳ

ଗତ ସେପ୍ଟେମ୍ବର 23 ତାରିଖରୁ କୋରାପୁଟର ଲମତାପୁଟ ଡାକଘରର ବ୍ରଡବ୍ୟାଣ୍ଡ ଅଚଳ । ଠପ୍ ହୋଇ ପଡ଼ି ରହିଛି କାମ । ଗ୍ରାହକ ହନ୍ତସନ୍ତ । ଅଧିକ ପଢ଼ନ୍ତୁ

କୋରାପୁଟର ଲମତାପୁଟ ଡାକଘର ଅଚଳ
କୋରାପୁଟର ଲମତାପୁଟ ଡାକଘର ଅଚଳ
author img

By ETV Bharat Odisha Team

Published : Oct 8, 2023, 6:55 AM IST

କୋରାପୁଟର ଲମତାପୁଟ ଡାକଘର ଅଚଳ

କୋରାପୁଟ: ଗ୍ରାମାଞ୍ଚଳରେ ଡାକସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗୋଟିଏ ଦିନ ମଧ୍ୟ ଡାକ ଘର ବନ୍ଦ ହୋଇଗଲେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରି ସ୍ଥଳେ ଗତମାସ ସେପ୍ଟେମ୍ବର 23 ତାରିଖରୁ କୋରାପୁଟର ଲମତାପୁଟ ବ୍ଲକ୍‌ର ଅନକାଡେଲିଠାରେ ଥିବା ଉପ ଡାକଘର ଖୋଲା ଥାଇ ବି ଏକ ପ୍ରକାରର ବନ୍ଦ ପଡ଼ିଛି କହିଲେ ଚଳେ । ଡାକବିଭାଗ ଖୋଲା ଅଛି, କର୍ମଚାରୀ ବି ଅଛନ୍ତି ହେଲେ ନାହିଁ ଇଣ୍ଟରନେଟ୍‌ ସେବା । ଆଜିକାଲି ଯୁଗରେ ଇଣ୍ଟରନେଟ୍‌ ବିନା କିଛି କାମ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଡାକଘରେ ବ୍ରଡବ୍ୟାଣ୍ଡ ଅକାମୀ ହୋଇ ପଡ଼ିବାରୁ କାମ ବି ଠପ୍ ହୋଇ ପଡ଼ିରହିଛି ଫଳରେ ଦୈନିକ ଶତାଧିକ ଲୋକ ହନ୍ତସନ୍ତ ହେଉଛନ୍ତି ।

ଉପ ଡାକଘରର ପୋଷ୍ଟ ମାଷ୍ଟର ପି.ଆଦିନାରାୟଣଙ୍କ କହିଛନ୍ତି, "ଏହି ଡାକଘରକୁ ବିଏସଏନଏଲ ଦ୍ୱାରା କରାଯାଇଥିବା ବ୍ରଡବେଣ୍ଡ ଅକାମି ହୋଇଯାଇଥିବା ଯୋଗୁଁ କିଛି ସେବା ଯୋଗାଇବା ସମ୍ଭବ ହେଉନାହିଁ । ଏହାଫଳରେ ଗ୍ରାହକଙ୍କ ନୂତନ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ପାର୍ସଲ ପଠାଇବା ପର୍ଯ୍ୟନ୍ତ କିଛି କାର୍ଯ୍ୟ କରିବା କଷ୍ଟ ହୋଇ ପଡ଼ିଛି । ପୋଷ୍ଟାଲ ଲାଇଫ୍‌ ଇନ୍ସୁରାନ୍ସ୍‌ର କିସ୍ତି ବାନ୍ଧିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।"

ଏହା ମଧ୍ୟ ପଢନ୍ତୁ..ବାଟ ଓଗାଳୁଛି ରେଳପଥ: ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ସ୍ଥାନୀୟ ବାସିନ୍ଦା ଶିବରାମ ପଣ୍ଡା କହିଛନ୍ତି, "ପୋଷ୍ଟାଲ ବ୍ୟାଙ୍କ୍‌ ଆକାଉଣ୍ଟକୁ ଚାଲୁ ରଖିବା ପାଇଁ ଲୋକଙ୍କୁ 10 କିଲୋମିଟର ଦୂରରେ ଥିବା ଏସବିଆଇକୁ ଯିବାକୁ ପଡ଼ୁଥିବା ଯୋଗୁଁ ଗାଁ ଗଣ୍ଡାରୁ ଆସୁଥିବା ଗରିବ ସାଧାରଣ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ଅତ୍ୟାବଶ୍ୟକ ସେବା ମାଛକୁଣ୍ଡ ଡାକଘରେ ସମ୍ପନ୍ନ କରୁଥିବା ବେଳେ ଇଣ୍ଟରନେଟ୍‌ ସମସ୍ୟା କାରଣରୁ ସବୁ କାର୍ଯ୍ୟ ଠପ୍ ହୋଇ ପଡ଼ି ରହିଛି । ଅନ୍ୟପଟେ ଗୁନେଇପଡା ପଞ୍ଚାୟତର ମାଟାମପୁଟ ଉପ ଡାକଘରେ ପ୍ରାୟ ବର୍ଷକ ପୂର୍ବେ ପୋଷ୍ଟ ମାଷ୍ଟର ଅବସର ଗ୍ରହଣ କରିବା ପରେ ଆଉ କାହାରିକୁ ସରକାର ନିଯୁକ୍ତ କରି ନାହାଁନ୍ତି । ଫଳରେ ପୋଷ୍ଟ ଅଫିସଟି ବନ୍ଦ ପଡିଛି । ସରକାର ଓ ଡାକ ବିଭାଗର ଏହି ଅଞ୍ଚଳ ପ୍ରତି ଏପରି ବୈମାତୃକ ଭାବର ସ୍ଥିତିରେ ଉପୁଜିଛି ।" ପଞ୍ଚାୟତର ସମସ୍ତ ଡାକଘରକୁ ତୁରନ୍ତ ପୁନଉଦ୍ଧାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.