କୋରାପୁଟ: ସାରା ରାଜ୍ୟରେ ଆଜି(ବୁଧବାର) ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟର 35ରୁ ଊର୍ଦ୍ଧ୍ବ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ଜିଲ୍ଲାର ଲାଣ୍ଡିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟରେ ସମୁଦାୟ 357 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ ପଟ୍ଟନାୟକ କହିଛନ୍ତି । ଆଜି ବିଜ୍ଞାନ ବିଭାଗର ପରୀକ୍ଷା ନାହିଁ । ସାରା ଜିଲ୍ଲାରେ ଛାତ୍ରଛାତ୍ରୀ ଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ