ETV Bharat / state

କୋରୋନା ଲକଡାଉନରେ ଲକ୍ ସୁନା ଦୋକାନ, ଦୁଃଖରେ କାରିଗର - କୋରାପୁଟ ସୁନା କାରିଗର ଖବର

କୋରୋନା ମହାମାରୀ ଛଡାଇନେଇଛି ହାତରୁ ରୋଜଗାର । ସୁନା ଗହଣା ଠାରୁ ଆରମ୍ଭ କରି ରୂପା, ତମ୍ବା ପର୍ଯ୍ୟନ୍ତ ବାଜୁଥିବା ହାତ, ଆଜି ଲକଡାଉନରେ ହରାଇଛି ରୋଜଗାର । ସରକାର ଉଠାଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରିଥିବାବେଳେ ସହାୟତା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

plight of gold smith workers in koraput
କୋରୋନା ଲକଡାଉନରେ ସୁନା ଦୋକାନ, ଦୁଃଖରେ କାରିଗର
author img

By

Published : Jun 9, 2021, 10:54 PM IST

କୋରାପୁଟ: ଚାରିଆଡେ ଲକଡାଉନ ସଟଡାଉନ । କୋରୋନା ମହାମାରୀ ଆଉ କେତେ ଯେ ବେଉସା ଉପରେ ମାଡ ମାରିବ । ସକାଳ ହେଲେ ସୁନାକୁ ନେଇ କାରବାର ହେଉଥିଲା । ସୁନା ଗହଣା ଠାରୁ ଆରମ୍ଭ କରି ରୂପା , ତମ୍ବା ପର୍ଯ୍ୟନ୍ତ ବାଜୁଥିବା ହାତ ଆଜି କୋଭିଡ ଲକଡାଉନରେ ନୀରବ ହୋଇଯାଇଛି । ଏ ହେଉଛି କୋରାପୁଟ ସହରର ସୁନା ଦୋକାନରେ କାମ କରୁଥିବା ସୁନା କାରିଗରଙ୍କ କଥା ।

କୋରୋନା ଲକଡାଉନରେ ସୁନା ଦୋକାନ, ଦୁଃଖରେ କାରିଗର

ସୁନା ଗହଣା ବିକୁଥିବା ଦୋକାନରେ ବ୍ୟବସାୟ ବନ୍ଦ ପଡିଥିବା ବେଳେ କୋରାପୁଟରେ 20ଟି ସୁନା ଗହଣାର କର୍ମଶାଳାରେ କାମ କରୁଥିବା ପ୍ରାୟ 30 ଜଣ କାରିଗରଙ୍କ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଦିନ ସାରା ଖଟିଲେ ସନ୍ଧ୍ୟା ବେଳକୁ ଦୁଇପଇସା ରୋଜଗାର ହେଉଥିବା ଏହି ସୁନା କାରିଗରଙ୍କ ପକେଟ ଗତ ଦେଢମାସ ହେବ ଖାଲି ପଡିଛି । ସହରରେ ଛୋଟ ବ୍ୟବସାୟୀ ଗୋଟେ ବ୍ୟବସାୟ ନ ଚାଲିଲେ ଆଉ ଏକ ବ୍ୟବସାୟ କରି ପେଟ ପୋଷୁଥିବାବେଳେ ଏହି କାରିଗରଙ୍କ ପାଇଁ ସୁନା , ରୂପା , ତମ୍ବାକୁ ନେଇ କର୍ମଶାଳାରେ ବ୍ୟତିତ ଅନ୍ୟ କୌଣସି କାମ ଜଣା ନାହିଁ । ଯାହା ଦିନକୁ ଦିନ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । କିଏ ଦୋକାନ ଭଡା ଦେଇପାରୁନାହିଁ ତ କିଏ ପରିବାର ଚଳାଇବା ମଧ୍ୟ କଷ୍ଟ ହୋଇପଡିଛି ।

ସରକାର ଉଠା ଦୋକାନୀ ଓ ଅନ୍ୟମାନଙ୍କୁ ସହାୟତା ପ୍ରଦାନ କଲାଭଳି ଏହି ଗରିବ ସୁନା କର୍ମଶାଳାର କାରିଗରଙ୍କୁ ମଧ୍ୟ କିଛି ସହଯୋଗ ପ୍ରଦାନ କଲେ ସେମାନଙ୍କ ଜୀବନର କଷ୍ଟ କିଛି ମାତ୍ରାରେ ସହାୟକ ହୋଇପାରିବ । କାରିଗର ମାନେ ସରକାରଙ୍କ ପାଖରେ ନିଜର ଦୁଖ ଜଣାଇଛନ୍ତି ତେବେ ଦେଖିବାକୁ ବାକି ରହିଲା କେବେ ଦୃଷ୍ଟି ଦେଉଛନ୍ତି ସରକାର ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.