ETV Bharat / state

ଆସୁଛନ୍ତି ଗଜାନନ: ବଜାରରେ ବଢୁଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସ ମୂର୍ତ୍ତିର ଚାହିଦା - Plaster of Paris

ଆଉ ଦିନ କେଇଟା ପରେ ଗଣେଶ ପୂଜା । ହେଲେ କୋରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ଫିକା ପଡିବ ଗଜାନନଙ୍କ ପୂଜା । ବଡ ମୂର୍ତ୍ତି ପରିବର୍ତ୍ତେ ପୂଜା ପାଇବ ଛୋଟ ମୂର୍ତ୍ତି । ଅଧିକ ପଢନ୍ତୁ...

ମାଟି ମୂର୍ତ୍ତି ପରିବର୍ତ୍ତେ ଅଧିକ ଆକର୍ଷଣୀୟ କରୁଛନ୍ତି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି

author img

By

Published : Sep 4, 2021, 11:23 AM IST

କୋରାପୁଟ: ଆଉ ଦିନ କେଇଟା ପରେ ଗଣେଶ ପୂଜା । ହେଲେ କୋରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ଫିକା ପଡିବ ଗଜାନନଙ୍କ ପୂଜା । ବଡ ବଡ ମୂର୍ତ୍ତି ପରିବର୍ତ୍ତେ ଛୋଟ ମୂର୍ତ୍ତିରେ ପୂଜା ପାଇବେ ଗଜାନନ । ଗାଁ ଗହଳି ସହର ମଧ୍ୟରେ ନହୋଇ କେବଳ ଘରେ ଓ ଅନୁଷ୍ଠାନ ଗୁଡିକରେ ପୂଜା କରିବାକୁ ଗାଇଡଲାଇନ ଜାରି ହୋଇଛି ।

ମାଟି ମୂର୍ତ୍ତି ପରିବର୍ତ୍ତେ ଅଧିକ ଆକର୍ଷଣୀୟ କରୁଛନ୍ତି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି

ତେବେ ମୂର୍ତ୍ତି କିଣିବା ପାଇଁ ଏବେ ଦୋକାନ ଗୁଡିକରେ ମଧ୍ୟ ଗହଳି ଲାଗିଛି । ମାଟି, ପ୍ଲାଷ୍ଟର ଅଫ ପ୍ୟାରିସରେ ତିଆରି ହୋଇଥିବା ମୂର୍ତ୍ତି ଏବେ ବଜାରରେ ବିକ୍ରି ହେଉଛି । ମାଟି ମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ଅଧିକ ଆକର୍ଷଣୀୟ ହୋଇଥିବାରୁ ଲୋକେ ଏହାକୁ ଅଧିକ କିଣିବାକୁ ପସନ୍ଦ କରୁଛନ୍ତି । ଫଳରେ ମାଟି ମୂର୍ତ୍ତି ଗୁଡିକର ଚାହିଦା କମିବାକୁ ଲାଗିଛି । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ମାଟି କାରିଗର । ସେପଟେ ପୂଜା ପାଇଁ କେବଳ ମୃଣ୍ମୟ ମୂର୍ତ୍ତି ହିଁ ଯୋଗ୍ୟ ବୋଲି ବରିଷ୍ଠ ସଂସ୍କୃତ ଶିକ୍ଷକ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.