ETV Bharat / state

ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ ଘର !

author img

By

Published : Aug 25, 2019, 10:22 PM IST

ରାଜ୍ୟ ଯୋଜନା ବୋର୍ଡ ହେଉ କିମ୍ବା ଜିଲ୍ଲା ଯୋଜନା ବୋର୍ଡ ଏବେ ଶାସକ ବିଜେଡି ଦଳର ଅସନ୍ତୁଷ୍ଟ ନେତାଙ୍କ ଥଇଥାନ ଘର ପାଲଟିଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସେପଟେ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଥିବା ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ ଘର । ଶାସକ ବିଜେଡି ପ୍ରତି ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟ ଯୋଜନା ବୋର୍ଡ ହେଉ କିମ୍ବା ଜିଲ୍ଲା ଯୋଜନା ବୋର୍ଡ ଶାସକ ବିଜେଡି ଦଳର ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବା ପାଇଁ ସେଗୁଡିକୁ ବଡ ଚତୁରତାର ସହ ବ୍ୟବହାର କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସରକାରଙ୍କ ଏହି ନୀତିର ଉଦାହରଣ ଭାବେ ତାରାପ୍ରସାଦ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ନିଯୁକ୍ତିକୁ ଦର୍ଶାଇଥିଲେ । ତାଙ୍କ କହିବାନୁଯାୟୀ ପ୍ରଥମ ଥର ବିଧାୟକ ହୋଇଥିବା ପଦ୍ମିନୀ ଦିଆନଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଦୁଇଥର ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ଦଳ ରଘୁରାମ ପଡାଲଙ୍କୁ କୌଣସି ସୁଯୋଗ ଦେଇନଥିଲା । ଯାହାକୁ ନେଇ ଦଳ ପ୍ରତି ଅସନ୍ତୋଷ ଥିଲେ ସେ । ରଘୁରାମଙ୍କୁ ମନାଇବା ପାଇଁ ଦଳର ହାଇକମାଣ୍ଡ ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ କରିଥିଲେ ।

ରାଜ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଯଦି ଦଳୀୟ ନେତାଙ୍କ ଥଇଥାନ ପାଇଁ ବ୍ୟବହାର କରାଯାଏ ଏହା ରାଜ୍ୟ ପାଇଁ କ୍ଷତିକାରକ ହେବ ବୋଲି ତାରାପ୍ରସାଦ ଆଶଙ୍କା ପ୍ରକାଶ କରିଛନ୍ତି । ଅପରପକ୍ଷେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ତଥା ବର୍ତ୍ତମାନ ସରକାରରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଥିବା ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସରକାର ଯୋଜନା ବୋର୍ଡରେ ଉପଯୁକ୍ତ ବ୍ୟକ୍ତିଙ୍କୁ ସେମାନଙ୍କ ଦକ୍ଷତାର ଭିତ୍ତିଭୂମି ପରୀକ୍ଷା କରି ରାଜ୍ୟ ଓ ଜିଲ୍ଲାରେ ନିଯୁକ୍ତି ଦେଉଛନ୍ତି । କେନ୍ଦ୍ରର ନୀତି ଆୟୋଗ ଢାଞ୍ଚାରେ ଏହି ଯୋଜନା ବୋର୍ଡ ଗୁଡିକ ମାଧ୍ୟମରେ ରାଜ୍ୟର ବିକାଶ ସମ୍ଭବ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ ଘର । ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।Body:ସେ ରାଜ୍ୟ ଯୋଜନା ବୋର୍ଡ ହେଉ ବା ଜିଲ୍ଲା ଯୋଜନା ବୋର୍ଡ , ଶାସକ ବିଜେଡି ଦଳର ଅସନ୍ତୁଷ୍ଟ ନେତା ଙ୍କୁ ଥଇଥାନ କରିବା ପାଇଁ ସେଗୁଡିକୁ ସରକାର ବଡ ଚତୁରତାର ସହ ବ୍ୟବହାର କରୁଛନ୍ତି ଏବଂ ସରକାରଙ୍କ ଏହି ନୀତି ର ଉଦାହରଣ ଭାବେ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ ଙ୍କ ନିଯୁକ୍ତିକୁ ନିଆଯାଇପାରେ ବୋଲି ସେ ମତ ରଖିଛନ୍ତି । ଶ୍ରୀ ବାହିନୀପତିଙ୍କ କହିବା ଅନୁଯାୟୀ ପ୍ରଥମ ଥର ବିଧାୟକ ହୋଇଥିବା ପଦ୍ମିନି ଦିଆନ ଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଦୁଇଥର ନିର୍ବାଚନରେ ବିଜୟୀ ହୋଇ ମଧ୍ୟ ସେ ସୁଯୋଗ ପାଇନଥିବା ଯୋଗୁଁ ଶ୍ରୀ ପଡାଲ ମନଦୁଃଖ କରିଥିଲେ । ତେଣୁ ତାଙ୍କୁ ମନେଇବା ପାଇଁ ଦଳର ହାଇକମାଣ୍ଡ ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ କରିଦେଲେ । କିନ୍ତୁ ରାଜ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଯଦି ଦଳୀୟ ନେତାଙ୍କ ଥଇଥାନ ପାଇଁ ବ୍ୟବହାର କରାଯାଏ ଏହା ରାଜ୍ୟ ପାଇଁ କ୍ଷତିକାରକ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । Conclusion:ତେବେ ଅପର ପକ୍ଷେ ରାଜ୍ୟ ଯୋଜନା ବୋର୍ଡ ର ପୂର୍ବତନ ସଦସ୍ୟ ତଥା ବର୍ତମାନ ସରକାର ଅମଳରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଶ୍ରୀ ବାହିନୀପତିଙ୍କ ଅଭିଯୋଗକୁ ଖଣ୍ଡନ କରି ସରକାର ଯୋଜନା ବୋର୍ଡ ରେ ଉପଯୁକ୍ତ ବ୍ୟକ୍ତିଙ୍କୁ ସେମାନଙ୍କ ଦକ୍ଷତାର ଭିତ୍ତିଭୂମି ରେ ପରୀକ୍ଷା କରି ରାଜ୍ୟ ଓ ଜିଲ୍ଲାରେ ନିଯୁକ୍ତି ଦେଉଛନ୍ତି । କେନ୍ଦ୍ର ର ନୀତି ଆୟୋଗ ଢାଞ୍ଚାରେ ଏହି ଯୋଜନା ବୋର୍ଡ ଗୁଡିକ ମାଧ୍ୟମରେ ରାଜ୍ୟର ବିକାଶ ସମ୍ଭବ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
...........
Byte : ତାରାପ୍ରସାଦ ବାହିନୀପତି , ଜୟପୁର ବିଧାୟକ
Byte : ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ରାଜ୍ୟ ବିହନ ନଗମର ଅଧ୍ୟକ୍ଷ
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.