ETV Bharat / state

ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣା: ଯନ୍ତ୍ରୀ ଓ ଠିକାଦାରଙ୍କୁ ଅଟକରେ ଗ୍ରାମବାସୀଙ୍କ ବିରୋଧ - ଗ୍ରାମବାସୀ

ମେକଡ଼ା ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପୋଲିସ ତିନିଜଣଙ୍କୁ ଅଟକ ରଖିବା ଘଟଣାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 15, 2019, 8:54 PM IST

କୋରାପୁଟ: ମେକଡ଼ା ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣାରେ ଠିକାଦାର ଓ ବ୍ଲକ ଯନ୍ତ୍ରୀଙ୍କୁ ପୋଲିସ ଆଜି ଅଟକ ରଖିଛି । ଏହାକୁ ବିରୋଧ କରି ଜନ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପୋଲିସ ଅଟକ ରଖିଥିବା ଯନ୍ତ୍ରୀ ଓ ଦୁଇଜଣ ଠିକାଦାରଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲା । ସେଠାରେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଏହା ସହ ବ୍ଲକର ବିଡ଼ିଓଙ୍କ ସମେତ ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ପୋଲିସ ସୂଚନା ଅନୁସାରେ, ସେହି ସ୍ଥାନରେ ବିନା ୱାର୍କ ଅର୍ଡରରେ ମାଟି କାମ ଚାଲିଥିଲା । ମାଟି ଧସିଯିବା କାରଣରୁ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ତେଣୁ ଯନ୍ତ୍ରୀ ଓ ଦୁଇଜଣ ଠିକାଦାରଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ପୋଲିସ ଜଣାଇଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ବନ୍ଧୁଗାଁ ବ୍ଲକର ମେକଡ଼ା ଠାରେ ଗତକାଲି ମାଟି ଅତଡା ଖସି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ଦୁଇଜଣ ଠିକାଦାର ଓ ବ୍ଲକ ର ଯନ୍ତ୍ରୀ ଙ୍କୁ ପୋଲିସ ଆଜି ଅଟକ ରଖିବାକୁ ପ୍ରୟାସ କଲାବେଳେ ଜନ ଅସନ୍ତୋଷ ଦେଖାଦେଇଛି ।Body:ପୋଲିସ ଅଟକ ରଖିଥିବା ତିନିଜଣ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରଖାନା କୁ ଆଣିଥିବା ବେଳେ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ବ୍ଲକ ର ବିଡ଼ିଓ ଙ୍କ ସମେତ ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରଛନ୍ତି । ପୋଲିସ ର କହିବା ଅନୁଯାୟୀ ମାଟି ଅତଡା ଖସିଥିବା ସ୍ଥାନରେ ବିନା ୱାର୍କ ଅର୍ଡରରେ ମାଟି କାମ ଚାଲିଥିଲା ଯାହା ଫଳରେ ହୁଗୁଳା ମାଟି ଧସିଯାଇ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।Conclusion:ତେଣୁ ଯନ୍ତ୍ରୀ ଓ ଦୁଇଜଣ ଠିକାଦାରଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାଇଛନ୍ତି ।
.........
ଶାନ୍ତାକାର
କୋରାପୁଟ
........…..
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.