ETV Bharat / state

ସୁନାବେଡାରେ ସଞ୍ଜ ନଇଁଲେ ଡରାଉଛି ଭାଲୁ

କୋରାପୁଟ ଜିଲ୍ଲା ସୁନାବେଡାରେ ସଞ୍ଜ ହେବା କ୍ଷଣି ରାସ୍ତାକୁ ଆସୁଛନ୍ତି ଭାଲୁ ଦଳ । ଫଳରୋ ଲୋକେ ଭୟବୀତ ଅବସ୍ଥାରେ ରହୁଛନ୍ତି । ଅଧିକ ପଢନ୍ତୁ...

ସଞ୍ଜ ନଇଁଲେ ଡରଉଛି ଭାଲୁ
ସଞ୍ଜ ନଇଁଲେ ଡରଉଛି ଭାଲୁ
author img

By

Published : Nov 19, 2020, 12:33 PM IST

କୋରାପୁଟ: ସୁନାବେଡା ସହରବାସୀଙ୍କୁ ଭାଲୁ ଭୟ । କୋରାପୁଟ ଜିଲ୍ଲା ସୁନାବେଡା ହାଲ ଅଞ୍ଚଳରେ ସଞ୍ଜ ଆସିଲେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି ।

ସଞ୍ଜ ନଇଁଲେ ଡରଉଛି ଭାଲୁ

ସୂଚନାଅନୁସାରେ, ହାଲ ଅଞ୍ଚଳରେ କିଛି ଦିନ ହେବ ସଞ୍ଜ ହେବା କ୍ଷଣି ଜଙ୍ଗଲରୁ ରାଜରାସ୍ତାକୁ ଆସିଯାଉଛନ୍ତି ଦଳ ଦଳ ଭାଲୁ । ଯାହାକୁ ନେଇ ଭୟଭୀତ ହୋଇ ରହିଛନ୍ତି ସହରବାସୀ । ରାତିରେ ବାହାରକୁ ବାହାରି ପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଦୂର ଜାଗାରୁ ରାତି ଅଧରେ ବା ପାହାନ୍ତିଆ ପହରରେ ବସରୁ ଓହ୍ଲାଇ ସହର ଭିତରକୁ ଯିବା କାଠିକର ପାଠ ହେଉଛି । ଏନେକ ସମୟରେ କିଛି ଲୋକ ଭାଲୁ ସହିତ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ସୌଭାଗ୍ୟବଶତଃ କିଛି ଦୁର୍ଘଟଣା ଘଟିନି ।

ତେବେ ଏ ନେଇ ବନ ବିଭାଗକୁ ଜଣାଇଥିଲେ ବି କିଛି ସୁଫଳ ମିଳି ନାହିଁ । ତେଣୁ ବନ ବିଭାଗକୁ ଏଥି ପ୍ରତି ତୁରନ୍ତ ଧ୍ଯାନ ଦେବାକୁ ଦାବି କରିଛନ୍ତି ସହରବାସୀ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.