ETV Bharat / state

କିଡନୀ ରୋଗରେ ପୀଡିତ ପଦ୍ମଶ୍ରୀ କମଳା ପୂଜାରୀ, ଚାଲିଛି ଚିକିତ୍ସା

କିଡନୀ ରୋଗରେ ପୀଡିତ ପଦ୍ମଶ୍ରୀ କମଳା ପୂଜାରୀ । ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାରି ରହିଛି ଚିକିତ୍ସା । ଅଧିକ ପଢନ୍ତୁ...

author img

By

Published : Feb 3, 2021, 6:46 PM IST

Updated : Feb 3, 2021, 6:57 PM IST

Padma Shri Kamala Pujari Seriously Ill, Hospitalised
ହସ୍ପିଟାଲରେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ତାରା-ସଞ୍ଜୟ

କୋରାପୁଟ: ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । କୋରାପୁଟ ଜିଲ୍ଲାର ପାତ୍ରପୁଟରେ 300ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିବା କମଳା ପୁଜାରୀ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଚାଲୁ ରହିଛି । ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କୁ ସାକ୍ଷାତ କରିଛନ୍ତି ।

ଉତ୍ତମ ଚିକିତ୍ସା ପାଇଁ ଅନ୍ୟତ୍ର ଯିବା ପାଇଁ ସେ ଅରାଜି ହେଉଥିବା ଜଣାପଡିଛି । ତେବେ ମେଡିକାଲ କଲେଜର ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତାଙ୍କ ଚିକିତ୍ସା କରାଯାଉଥିବା ସଞ୍ଜୟ ଦାସ ବର୍ମା କରିଛନ୍ତି । ସେହିଭଳି ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ବାହିନୀପତି କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Feb 3, 2021, 6:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.