ETV Bharat / state

ଖରିଫ ଧାନ ସଂଗ୍ରହ ବୈଠକ, ଚାଷୀଙ୍କୁ ଏଫଏକ୍ୟୁ ଆଳରେ ହଇରାଣ କରାନଯାଉ - ଚାଷୀଙ୍କୁ ଏଫଏକ୍ୟୁ ଆଳରେ ହଇରାଣ କରାନଯାଉ

କୋରାପୁଟ ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକରେ ଚାଷୀଙ୍କୁ ଏଫଏକ୍ୟୁ ଆଳରେ ହଇରାଣ କରାନଯାଉ ଦାବି କରାଯାଇଛି । ତେବେ ଚଳିତ ବର୍ଷ କୌଣସି ଆଳରେ ମଧ୍ୟ ଚାଷୀଙ୍କୁ କଟନୀ ଛଟନିର ସମସ୍ୟା ମଧ୍ୟକୁ ଠେଲି ନଦେବା ପାଇଁ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଖରିଫ ଧାନ ସଂଗ୍ରହ ବୈଠକ, ଚାଷୀଙ୍କୁ ଏଫଏକ୍ୟୁ ଆଳରେ ହଇରାଣ କରାନଯାଉ

author img

By

Published : Nov 6, 2020, 10:44 PM IST

କୋରାପୁଟ: ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଯାଇଛି । ମଣ୍ଡିର ମାଧ୍ୟମରେ ସରକାର ଧାନ କ୍ରୟ କରୁଛନ୍ତି କିନ୍ତୁ ମଣ୍ଡି ବ୍ୟବସ୍ଥା ନ ସୁଧୁରିବା ଯୋଗୁଁ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷୀଙ୍କୁ ଏଫଏକ୍ୟୁ ମାନ ଆଳରେ ଧାନ କ୍ରୟବେଳେ ଚାଷୀଙ୍କୁ ହଇରାଣ କରାନଯାଉ ବୋଲି ଚାଷୀ କହିଛନ୍ତି ।

ଖରିଫ ଧାନ ସଂଗ୍ରହ ବୈଠକ, ଚାଷୀଙ୍କୁ ଏଫଏକ୍ୟୁ ଆଳରେ ହଇରାଣ କରାନଯାଉ

ଜିଲ୍ଲାରେ ଅନେକ ବର୍ଷ ଧରି ଚାଷୀଙ୍କ ଠାରୁ ଆରଏମସି ମାଧ୍ୟମରେ ସରକାର ଧାନ କ୍ରୟ କରୁଛନ୍ତି । ଜିଲ୍ଲାରେ ମଣ୍ଡି ଗୁଡିକର ଘୋର ଅବ୍ୟବସ୍ଥା ମଧ୍ୟରେ ବ୍ୟାପକ ପରିମାଣରେ ଜାଲିଆତି ହେଉଛି । ଏହା ଦ୍ବାରା ଚାଷୀ ମାନେ ହିଁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି କୃଷକ କଲ୍ୟାଣ ମଞ୍ଚର ସଭାପତି ନରେନ୍ଦ୍ର କୁମାର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି । ଚାଷୀଙ୍କୁ ଠିକ ସମୟରେ ବିକ୍ରି ହୋଇଥିବା ଧାନ ବିନିମୟରେ ସରକାରଙ୍କଠାରୁ ପାଇବାକୁ ଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ ମିଳୁନଥିବା ଯୋଗୁଁ ଚାଷୀ ଗାଁ ଗଣ୍ଡାରେ ମୁକ୍ତ ବଜାରରେ ଦଲାଲଙ୍କ ହାତକୁ ନିଜ ଉତ୍ପାଦକୁ ଅତି କମ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଅନୁରୂପ ଅଭିଯୋଗ ଆଣି ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ପାଖରେ 4୦ କୋଟି ଟଙ୍କା ମହଜୁଦ ଥିବା ବେଳେ ମଣ୍ଡି ର ମାନ କାହିଁକି ବୃଦ୍ଧି କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଧାନର ଏଫଏକ୍ୟୁ ମାପ କରିବା ପାଇଁ ଉଦ୍ଦିଷ୍ଟ ଥିବା ମେସିନ ନ ଆଣି ଚାଷୀଙ୍କୁ ହଇରାଣ କରିବା ନିନ୍ଦନୀୟ ଘଟଣା ବୋଲି ବାହିନୀପତି କହିଛନ୍ତି । ତେବେ ଚଳିତ ବର୍ଷ କୌଣସି ଆଳରେ ମଧ୍ୟ ଚାଷୀଙ୍କୁ କଟନୀ ଛଟନିର ସମସ୍ୟା ମଧ୍ୟକୁ ଠେଲି ନଦେବା ପାଇଁ ଦାବି କରିଛନ୍ତି ।

ଆରୋପ ପ୍ରତ୍ୟାରୋପ ମଧ୍ୟରେ ଚାଲିଥିବା ବୈଠକରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ 14 ଲକ୍ଷ କୁଇଣ୍ଟାଲ ଖରିଫ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଥବା ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି । ଜିଲ୍ଲାରେ ଚାଷୀଙ୍କ ପାଇଁ ଖୋଲାଯାଇଥିବା ମଣ୍ଡି ଗୁଡିକ ଆସନ୍ତା ନଭେମ୍ବର ମାସ 18 ତାରିଖରେ ଆରମ୍ଭ ହୋଇ ଚଳିତ ମାସ 30 ତାରିଖରେ ବନ୍ଦ ହେବ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚାଷୀ, ମିଲର, ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଯୋଗ ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.