ETV Bharat / state

ମାତୃଭାଷାରେ ଶିକ୍ଷା ପାଇବା ପାଇଁ ପ୍ରାଇମର ପ୍ରସ୍ତୁତ - ଆଦିବାସୀ ଶିକ୍ଷା ପାଇଁ ପ୍ରାଇମର ପ୍ରସ୍ତୁତ

ଆଦିବାସୀ ଶିକ୍ଷା ଗ୍ରହଣରେ ସୁବିଧା ପାଇଁ କୋରାପୁଟ ସ୍ଥିତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ପ୍ରାଇମର ପ୍ରସ୍ତୁତ । ଅଧିକ ପଢନ୍ତୁ

ମାତୃଭାଷାରେ ଶିକ୍ଷା ପାଇବା ପାଇଁ ପ୍ରାଇମର ପ୍ରସ୍ତୁତ

author img

By ETV Bharat Odisha Team

Published : Oct 14, 2023, 4:43 PM IST

Updated : Oct 14, 2023, 7:13 PM IST

ମାତୃଭାଷାରେ ଶିକ୍ଷା ପାଇବା ପାଇଁ ପ୍ରାଇମର ପ୍ରସ୍ତୁତ

କୋରାପୁଟ: କୋରାପୁଟ ଏକ ଆଦିବାସୀ ଆଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠିକାର ଭାଷା, ସଂସ୍କୃତି ଏବଂ ପରମ୍ପରା ସବୁଠାରୁ ନିଆରା । କିନ୍ତୁ ଦିନକୁ ଦିନ ଏହା ଲୋପ ପାଇବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଆଦିବାସୀ ଶିକ୍ଷା ଗ୍ରହଣରେ ସୁବିଧା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତଥା ରାଜ୍ୟ ସରକାର ଏବଂ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପିଲାଙ୍କ ଶିକ୍ଷା ଗ୍ରହଣରେ ସୁବିଧା ଆଣିବା ବିଭିନ୍ନ ଭାଷାରେ ପ୍ରାଇମର ପ୍ରସ୍ତୁତ କରିଛନ୍ତି ।

ତେବେ ମାତୃଭାଷା ତଥା ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଭଳି ଦେଶିଆ ଭାଷାରେ ଦିଆଯାଉଥିବା ଶିକ୍ଷା ବାର୍ତ୍ତା ସମସ୍ତଙ୍କ ପାଇଁ ସହଜରେ ବୁଝିବାରେ ସହାୟକ ହୁଏ । ତେଣୁ ଦେଶିଆ ଭାଷାରେ ବାର୍ତ୍ତାକୁ ଆକର୍ଷଣୀୟ ଢଙ୍ଗରେ ରଚନା କରିବା, ତାକୁ ସଙ୍ଗୀତ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ କଷ୍ଟକର ବ୍ୟାପାର ହେଲେ ମଧ୍ୟ ସାମୁହିକ ହିତ ହୋଇଥାଏ ବୋଲି ସଂଗଠନର ସଭାପତି ମଦନ କିର୍ଶାନି ମତ ରଖିଛନ୍ତି ।

ସେହିଭଳି ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବହୁଭାଷୀ ଶିକ୍ଷା ଦାନର ପ୍ରଶିକ୍ଷକ ବିଜୟ ରଥ କହିଛନ୍ତି ଯେ, କୋରାପୁଟରୁ କେନ୍ଦୁଝର ପର୍ଯ୍ୟନ୍ତ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଅନେକ ପ୍ରୟାସ କରାଯାଉଛି । ସେହି ସମସ୍ତ ପ୍ରୟାସକୁ ଜାଣିବା ଓ ସେହି ଅଭିଜ୍ଞତାକୁ ଏକାଠି କରି ପରସ୍ପରର ପ୍ରୟାସକୁ ଶକ୍ତି ପ୍ରଦାନ କରିବା ପାଇଁ ଅନେକ ସମୟରେ ରାଜ୍ୟ ସ୍ତରୀୟ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କର୍ମଶାଳା ମଧ୍ୟ ଆୟୋଜିତ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧନ କର୍ମୀ ଆଦିବାସୀ ଭାଷାଭିତ୍ତିକ ଗଳ୍ପ, ସହାୟକ ପୁସ୍ତିକା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବା ପରେ ସେଗୁଡ଼ିକର ଉପାଦେୟତାର ଚର୍ଚ୍ଚା କରୁଛନ୍ତି । ତେଣୁ ଶ୍ରେଣୀ ଗୃହରେ ପିଲାମାନେ ନିଜ ମାତୃଭାଷାରେ ପାଠ ପଢିବା ଦ୍ଵାରା ସେମାନଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ଦେବା ସହ ବ୍ୟବହାରରେ ବୃଦ୍ଧି ଘଟିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପରଜା ସମାଜର ବିଶାଳ ଶୋଭାଯାତ୍ରା, ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଦାବି

ଅନ୍ୟପଟେ ମାତୃଭାଷା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଆବଶ୍ୟକ ପରିମାଣର ଶିକ୍ଷକ ଓ ପ୍ରତ୍ୟେକ ପିଲାଙ୍କ ପାଖରେ ପ୍ରାଇମର ପୁସ୍ତକ ଆବଶ୍ୟକ ରହିଛି । ଯାହା ବାସ୍ତବରେ ଶ୍ରେଣୀଗୃହରେ ପିଲାଙ୍କ ପାଖରେ ପହଞ୍ଚାଇବା ସମ୍ଭବ ହୋଇପାରିବ ବୋଲି ଥୁରିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁରନ୍ଦିତା ଜାନୀ ମତ ରଖିଛନ୍ତି । ଏଥି ସହିତ ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ଅନେକ ଭାଗ ରହିଥିବା ଯୋଗୁଁ ସେହି ସ୍ତରରେ ଆଞ୍ଚଳିକ ଭାଷାରେ ପ୍ରାଇମର ପ୍ରସ୍ତୁତ କରାଯିବା କିମ୍ବା ପ୍ରାଇମର ପୁସ୍ତକରେ ଫୁଟ ନୋଟ ଦେବାର ଆବଶ୍ୟକତା ରହିଥିବା ଶିକ୍ଷାବିତ ଶିବ ଶଙ୍କର ପଟ୍ଟନାୟକ କହିଛନ୍ତି । ପ୍ରକାଶ ଥାଉକି, ନିକଟ ଅତୀତରେ ପରଜା ସମ୍ପ୍ରଦାୟର ଏକ ଅଂଶ ପାରେଙ୍ଗା ପରଜା ସମ୍ପ୍ରଦାୟ ନିଜ ପିଲାଙ୍କ ପାଇଁ ପାରେଙ୍ଗା ପରଜାରେ ପ୍ରାଇମର ପ୍ରସ୍ତୁତ କରିବା ସହିତ ସେହି ଭାଷାର ଯୁବକ ଯୁବତୀଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ କୋରାପୁଟରେ ଶୋଭାଯାତ୍ରା ବାହାର କରି ଏହି ଆବଶ୍ୟକତା ପ୍ରତି ଦୃଷ୍ଟି ଆକର୍ଷଣ କରିପାରିଛି ।

ଇଟିଭି ଭାରତ, କୋରାପୁଟ

Last Updated : Oct 14, 2023, 7:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.