ETV Bharat / state

ନବରଙ୍ଗପୁରରେ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟଶାସନ ସଚିବ ଓ ୫T ସଚିବ

author img

By

Published : Jul 28, 2021, 11:56 AM IST

Updated : Jul 29, 2021, 10:00 AM IST

କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନଙ୍କ ସହିତ 5ଟି ସଚିବ । ନବରଙ୍ଗପୁରରେ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟଶାସନ ସଚିବ ଓ ୫T ସଚିବ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟଶାସନ ସଚିବ ଓ ୫T ସଚିବ
ନବରଙ୍ଗପୁରରେ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟଶାସନ ସଚିବ ଓ ୫T ସଚିବ

କୋରାପୁଟ /ନବରଙ୍ଗପୁର : କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ 5ଟି ସଚିବ ଭି.କେ ପାଣ୍ଡିଆନ । ନବରଙ୍ଗପୁରରେ ପହଞ୍ଚି ଅନେକ ପ୍ରକଳ୍ପ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ଉଭୟଙ୍କ ସହିତ ଏହି ଗସ୍ତ ସମୟରେ ଜଳ ସମ୍ପଦ ସଚିବ ଅନୁ ଗର୍ଗ, ରାଜ୍ୟ ମିଶନ ଶକ୍ତି ଡାଇରେକ୍ଟର ସାଳିନୀ ପଣ୍ଡିତ, ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ସାମିଲ ଥିଲେ ।

ଏକ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁର ଠାରେ ପହଞ୍ଚିବା ପରେ ନବରଙ୍ଗପୁର ଅଭିମୁଖେ ଆସି ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟା ଠାରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଦେଖିବା ସହିତ, ବଙ୍ଗାଳଗୁଡା ଠାରେ ଥିବା ଜଳସେଚନ ପ୍ରକଳ୍ପ ବୁଲି ଦେଖିଥିଲେ । ଏହାସହ ଜଳ ସମ୍ପଦ ସଚିବ ଅନୁ ଗର୍ଗ ନବରଙ୍ଗପୁର ବ୍ଲକ ଅଧିନସ୍ତ ଦେଉଳା ଠାରେ ଥିବା ଟୁରି ଘୁଣ୍ଟା ବ୍ରିଜ ପରିଦର୍ଶନ କରିଥିଲେ । ନବରଙ୍ଗପୁର ସହର ସ୍ଥିତ ଆରସିଡ଼ି ହାଇସ୍କୁଲରେ ପହଞ୍ଚି ୫ଟିର ଭିତ୍ତିଭୂମି ଯାଞ୍ଚ କରିଥିଲେ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ସମୀକ୍ଷା କରିଥିଲେ ।

ନବରଙ୍ଗପୁର ଗସ୍ତରୁ ଫେରିବା ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଠାରେ ନିର୍ମାଣ ହେଉଥିବା 650 ସିଟ୍ ବିଶିଷ୍ଟ ଟିଚିଂ ହସ୍ପିଟାଲ ଓ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହ ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ । ଏହା ପରେ ସହରରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟର ଚାଲିଥିବା ସ୍ମାର୍ଟ କ୍ଲାସ ରୁମର ନିର୍ମାଣ କାମ ତଦାରଖ କରିବେ । ଏଥି ସହିତ ସ୍କୁଲର ଆଲୁମିନି ଓ ଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

କୋରାପୁଟରୁ ସିଏଚ .ଶାନ୍ତାକାର ଓ ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Last Updated : Jul 29, 2021, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.