ETV Bharat / state

କିଶୋର ହୋଇ ବି କୋରୋନା ଯୋଦ୍ଧା, ଭିଡ ନିୟନ୍ତ୍ରଣ ପାଇଁ ସାଜିଲେ ସ୍ବେଚ୍ଛାସେବୀ

author img

By

Published : May 27, 2020, 7:07 PM IST

Updated : May 27, 2020, 8:46 PM IST

କୋରୋନା ଲଢେଇ ଅମେଘ ଅସ୍ତ୍ର ସାଜିଛି ସାମାଜିତ ଦୂରତା ଓ ସାନିଟାଇଜର । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୋରୋନା ଲଢେଇର ଯୋଦ୍ଧା ସାଜିଛନ୍ତି କିଶୋର ବାଳକ । ଏନସିସି କ୍ୟାଡେଟ ଓ ସିଭିଲ ଡିଫେନ୍ସର କିଛି ଛାତ୍ର ପ୍ରଣ୍ଟଲାଇନରେ ରହି ଲୋକଙ୍କୁ ସଚେତନ କରୁଛନ୍ତି । ଅଧିକ ପଢନ୍ତୁ...

କିଶୋର ହୋଇ ବି କୋରୋନା ଯୋଦ୍ଧା, ଭିଡ ନିୟନ୍ତ୍ରଣ ପାଇଁ ସାଜିଲେ ସ୍ବେଚ୍ଛାସେବୀ
କିଶୋର ହୋଇ ବି କୋରୋନା ଯୋଦ୍ଧା, ଭିଡ ନିୟନ୍ତ୍ରଣ ପାଇଁ ସାଜିଲେ ସ୍ବେଚ୍ଛାସେବୀ

କୋରାପୁଟ: ଦେଶସେବା ପାଇଁ କୌଣସି ବୟସ ସୀମା ନଥାଏ । ଥାଏ କେବଳ ନିଜ ମାଟିର ସୁରକ୍ଷା କରିବାର ଇଚ୍ଛା ଶକ୍ତି । ଯେମିତି ଏହି ମହାମାରୀ ସଙ୍କଟ ଘଡିରେ କୋରୋପୁଟର ସରକାରୀ ମହାବିଦ୍ୟାଳୟରେ ପାଠପଢୁଥିବା ଏନସିସି କ୍ୟାଡେଟ ଓ ସିଭିଲ ଡିଫେନ୍ସରେ ସ୍ବେଚ୍ଛାସେବୀ ବାଳକମାନେ କରୁଛନ୍ତି । ବୟସ 15ରୁ 17 ମଧ୍ୟରେ ହେବ କୋରୋନା ଲଢେଇରେ ସାଜିଛନ୍ତି ଏମାନେ ଗୋଟିଏ ଗୋଟିଏ ଯୋଦ୍ଧା ।

ନିଜ ଜୀବନକୁ ପାଣି ଛଡାଇ ଏମାନେ ଲୋକଙ୍କୁ କରିଛନ୍ତି ଜାଗୃତ। ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୋରୋନା ସଂକ୍ରମଣ ଉପରେ ସଚେତନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଦେଉଛନ୍ତି ଶିକ୍ଷା ।

କୋରାପୁଟ ସହରରେ ସର୍ବଦା ବ୍ୟାଙ୍କ କାମ ପାଇଁ ଚଳଚଞ୍ଚଳ ରହିଥାଏ । ଲକଡାଉନ ଯୋଗୁଁ ଏବେ ଅଧିକ ଜନଗହଳି ରହୁଛି । ସେପଟେ ଗାଁ ଗଣ୍ଡାରୁ ଆସୁଥିବା ଶହ ଶହ ଲୋକେ ଆସିବା ଦ୍ବାରା ସାମାଜିକ ଦ୍ବରତା ବଜାୟୀ ରହୁନି । ଏପରି ସ୍ଥିତିରେ ଏନସିସି କ୍ୟାଡେଟର 12 ଜଣ ଓ ସିଭିଲ ଡିଫେନ୍ସର 12 ଜଣ ପିଲା ଏବେ ସିଫ୍ଟ ଅନୁସାରେ ବ୍ୟାଙ୍କ ଭିତରେ ଭିଡ ନିୟନ୍ତ୍ରଣ କରୁଛନ୍ତି ।

ବୃଦ୍ଧବୃଦ୍ଧା ହୁଅନ୍ତୁ ଅବା ଅସହାୟ ବ୍ୟକ୍ତିଙ୍କୁ ତୁରନ୍ତ ସେବା ଯୋଗାଇବାରେ ମଧ୍ୟ ସହଯୋଗ କରୁଛନ୍ତି । ଏହା ସହ ସାମାଜିକ ଦୂରତା ଓ ସାନିଟାଇଜ ବ୍ୟବହାର ଉପରେ ପରାମର୍ଶ ମଧ୍ୟ ଦେଉଛନ୍ତି । ସେପଟେ ପିଲାଙ୍କ ଏଭଳି କାମ ପାଇଁ ବ୍ୟାଙ୍କ କାର୍ଯ୍ୟ ସୁବିଧାଜନକ ହୋଇପାରିଛି ବୋଲି ବ୍ୟାଙ୍କ ଶାଖା ଅଧିକାରୀ କହିଛନ୍ତି। ସେପଟେ ନିଜ ପିଲାଙ୍କ ପ୍ରଶଂସା ନକରି ରହି ପାରିନାହାଁନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଏନସିସି ପ୍ରଶିକ୍ଷକ ।

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

Last Updated : May 27, 2020, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.