ETV Bharat / state

'ଆଦିବାସୀ ଗଳ୍ପକଥନକୁ ବଞ୍ଚାଇବା ଜାତୀୟ ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ' - koraput govt college National seminar

କୋରାପୁଟ ସରକାରୀ ମହାବିଦ୍ୟାଳୟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଜାତୀୟ ଆଲୋଚନାଚକ୍ର । ଦିନକୁ ଦିନ ଲୋପ ପାଇବାକୁ ବସିଥିବା ଆଦିବାସୀଙ୍କ ପାରମ୍ପରିକ ଭାଷା ତଥା ଗଳ୍ପ କଥନକୁ ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

National seminar on Tribal storytelling in koraput govt college
ଆଦିବାସୀଙ୍କ ଗଳ୍ପ କଥନ ଓଡିଶା ଜୀବନର ମୂଳ ପରମ୍ପରା
author img

By

Published : Oct 31, 2021, 10:00 PM IST

କୋରାପୁଟ: ସରକାରୀ ମହାବିଦ୍ୟାଳୟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଜାତୀୟ ଆଲୋଚନାଚକ୍ର । ଦିନକୁ ଦିନ ଲୋପ ପାଇବାକୁ ବସିଥିବା ଆଦିବାସୀଙ୍କ ପାରମ୍ପରିକ ଭାଷା ତଥା ଗଳ୍ପ କଥନକୁ ନେଇ ଆଲୋଚନା ହୋଇଛି । ଆଦିବାସୀ କଳା ସାହିତ୍ୟ ସଂସ୍କୃତିର ସୁରକ୍ଷା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

କୋରାପୁଟ ସରକାରୀ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଓ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ 'ଓଡ଼ିଶାରେ ଆଦିବାସୀ ଗଳ୍ପକଥନ ପରମ୍ପରା' ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଉପଦେଷ୍ଟା ଆବାହକ ବିଜୟାନନ୍ଦ ସିଂ ନିଜର ମତ ରଖି କିହିଛନ୍ତି ଯେ ଆଦିବାସୀଙ୍କ ଗଳ୍ପ କଥନ ଓଡିଶା ଜୀବନର ମୂଳ ପରମ୍ପରା । ଆଦିବାସୀ କଳା ସାହତ୍ୟ ସଂସ୍କୃତିର ସୁରକ୍ଷା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାହିତ୍ୟିକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଶିତ ଲେଖାକୁ ନେଇ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଏକ ପୁସ୍ତକ ପ୍ରକାଶ କରିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

ଆଦିବାସୀଙ୍କ ଗଳ୍ପ କଥନ ଓଡିଶା ଜୀବନର ମୂଳ ପରମ୍ପରା

ସେହିପରି ଆଲୋଚନା ଚକ୍ରରେ ଭାଗ ନେଇଥିବା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର କ୍ଷେତ୍ରିୟ ସଚିବ ଦେବେନ୍ଦ୍ର କୁମାର ଦେବେଶ ଯୋଗଦେଇଥିଲେ। ସେ ଓଡିଶାର ଆଦିବାସୀଙ୍କୁ ନେଇ କହିଛନ୍ତି ଯେ ସାରା ଦେଶରେ ୬୨ ପ୍ରକାରର ଆଦିବାସୀ ରହିଥିବାବେଳେ କେବଳ କୋରାପୁଟରେ ୫୨ ପ୍ରକାରର ଆଦିବାସୀ ବସବାସ କରୁଛନ୍ତି। ଦିନକୁ ଦିନ ଆଧୁନିକତାର ଛାପରେ ଆଦିବାସୀ ଗଳ୍ପକଥନ ଲୋପପାଇବାକୁ ବସିଲାଣି । ଆଦିବାସୀଙ୍କୁ ଭାଷା ସଂସ୍କୃତି ଓ କଳା ଓ ପରମ୍ପରାକୁ ବଞ୍ଚାଇ ରଖିବା ଆବଶ୍ୟକ ହୋଇଛି । ଏଭଳି ଜାତୀୟ ଆଲୋଚନାଚକ୍ର ଆୟୋଜନ ଫଳରେ ଲୋକଙ୍କ ମଧ୍ୟରେ କହିବା ଓ ଶୁଣିବାର ପରମ୍ପରାକୁ ପ୍ରୋତ୍ସାହନ ବୃଦ୍ଧି ପାଇବ ବୋଲି କହିଛନ୍ତି ।

ସରକାରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ତଥା ରାଜ୍ୟର ଜଣେ ସୁପ୍ରତିଷ୍ଠିତ କବି ପ୍ରୀତିଧାରା ସାମଲଙ୍କ ମତରେ ଆଦିବାସୀଙ୍କ ଗଳ୍ପ କଥନ ଉପରେ ବହୁତ କମ କାମ ହୋଇଛି । କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଏପରି ପଦକ୍ଷେପ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଆଦିବାସୀ ଯୁବପିଢ଼ିଙ୍କୁ ନିଜ ସମାଜର ପରମ୍ପରାକୁ ବଞ୍ଚାଇ ରଖିବା ଦିଗରେ ପ୍ରେରଣା ଯୋଗାଇଵ। ବିଶେଷ କରି କୋରାପୁଟ ଜିଲ୍ଲାରେ ଆଦିବାସୀ ଅଞ୍ଚଳରେ ଥିବା ଗଳ୍ପକଥନ ଗୁଡିକ ଲୋପ ପାଇବାକୁ ବସିଲାଣି । ବାରମ୍ବାର ଯଦି ଏଭଳି ଜାତୀୟ ଆଲୋଚନାଚକ୍ର ଆୟୋଜନ କରାଯାଏ, ତେବେ ଆଦିବାସୀଙ୍କ ଭାଷା ସଂସ୍କୃତି ପରମ୍ପରା ବଞ୍ଚି ରହିବ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.