ETV Bharat / state

କେତେ ସଫଳ ମୁକ୍ତା ଯୋଜନା ? - ବର୍ଷା ଜଳ

ବାଟବଣା ମୁକ୍ତା ଯୋଜନା । ବର୍ଷା ଜଳକୁ ସଂରକ୍ଷିତ କରି ରଖିବା ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାକୁ ଦାବି । ଅଧିକ ପଢନ୍ତୁ...

mukya yojana failed in koraphut
ସଫଳ ନୁହେଁ ମୁକ୍ତା ଯୋଜନା !
author img

By

Published : Jul 24, 2021, 12:50 PM IST

Updated : Jul 24, 2021, 4:09 PM IST

କୋରାପୁଟ: ବର୍ଷା ଜଳକୁ ସଂରକ୍ଷିତ କରି ରଖିବା ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାକୁ ଦାବି ହୋଇଛି । କୋରାପୁଟ ସହର ମଧ୍ୟରେ ପାହାଡ ଓ ଅନ୍ୟାନ୍ୟ ଉଚ୍ଚ ସ୍ଥାନରୁ ବର୍ଷାଜଳ ଗଡି ଆସି ରାସ୍ତାଘାଟ ଓ ନାଳ ନର୍ଦ୍ଦମା ଦେଇ ନଦୀରେ ମିଶିଯାଉଛି । ବର୍ଷାଜଳ ସଂରକ୍ଷିତ ପାଇଁ ପୌରପରିଷଦ ଆନୁକୁଲ୍ୟରେ ମୁକ୍ତା ଯୋଜନା ଆରମ୍ଭ କରାଯାଇଛି । ହେଲେ ତାହା ଏବେ ଗୋଟେ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି ।

ସଫଳ ନୁହେଁ ମୁକ୍ତା ଯୋଜନା !

ସହରର 252ଟି ସ୍ଥାନରେ ମାଟି ଖୋଳାଯାଇ ସେଥିରେ ପଥର, ଗୋଡି, ବାଲି, ଭରି ଉପରୁ ଗଡି ଆସୁଥିବା ଜଳକୁ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକ ଏଭଳି କାର୍ଯ୍ୟ କରିଛନ୍ତି । କିନ୍ତୁ ଗତ କିଛିଦିନର ବର୍ଷା ଏହି ଯୋଜନାର ବାସ୍ତବ ସ୍ଥିତିକୁ ସାମନାକୁ ଆଣିଦେଇଛି ।

ଯେଉଁ ସ୍ଥାନରେ ଉପରୁ ଜଳ ଖସି ଆସୁଛି ତାର ପ୍ରବାହକୁ ନ ପରଖୀ ମନଇଚ୍ଛା ସ୍ଥାନରେ ମାଟି ଖୋଳାଯାଇଥିବା ଅଭିଯୋଗ ହୋଇଛି । ଫଳରେ ବର୍ଷା ଜଳ ଗୋଟିଏ ସ୍ଥାନରେ ବହି ଚାଲୁଥିବା ବେଳେ ଅନତି ଦୂରରେ ଖୋଳାଯାଇଥିବା ନାଳ ମଧ୍ୟକୁ ଉଚ୍ଚସ୍ଥାନରୁ ମାଟି ଧସି ଆସି ପୋତି ପକାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏ-ହି ବ୍ୟବସ୍ଥାକୁ ପରୀକ୍ଷା କରାଇ ମୁକ୍ତା ଯୋଜନା ସମ୍ପୂର୍ଣ ରୂପେ ବିଫଳ ହେବା ପୂର୍ବରୁ ଏହାର ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 24, 2021, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.