ETV Bharat / state

ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଅନାଇ ବାହୁନୁଛି ମା’ - mother wating for her disable son

ଧନ୍ଦାମୂଳକ ଶିକ୍ଷା ତାଲିମ ନେବାକୁ ଭୁବନେଶ୍ବର ଯାଇ ଫେରିଲାନି ଦିବ୍ୟାଙ୍ଗ ପୁଅ । ପୁଅର ଫେରିବା ବାଟକୁ ଚାତକ ଭଳି ଚାହିଁ ବସିଛି ମା’ । ଏପଟେ ଗତ 5 ମାସ ଧରି ତାଙ୍କ ସହ କୌଣସି ଖୋଜଖବର ନ ମିଳିବା ଏବେ ଚିନ୍ତାର ବିଷୟ ପାଲଟିଛି ।

ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଅନାଇ ବାହୁନୁଛି ମା’
author img

By

Published : Oct 23, 2019, 9:21 PM IST

Updated : Oct 23, 2019, 11:50 PM IST

କୋରାପୁଟ: ଆଖିରୁ ବୋହି ପଡୁଛି ଲୁହ ଧାର୍‌ ଧାର୍‌ । ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଚାତକ ଭଳି ଚାହିଁ ଚାହିଁ ବାହୁନି ବାହୁନି କାନ୍ଦୁଛି ମା । କେବେ ଫେରିବ ପୁଅ । ତାକୁ ନେଇ ମା ମନରେ ସୃଷ୍ଟି ସନ୍ଦେହ । ଆମେ କହୁଛୁ କୋରାପୁଟ ଜିଲ୍ଲା ମସ୍ତିପୁଟ ପଞ୍ଚାୟତର ଦଳେଇପୁଟ ଗାଁରେ ରହୁଥିବା ଜୟନ୍ତୀ ରଥଙ୍କ କଥା ।

ଗତ ଜୁନ ମାସରୁ ଘରର ଏକମାତ୍ର ପୁଅ ଚୈତନ୍ୟ ରଥ ଧନ୍ଦାମୂଳକ ଶିକ୍ଷାର ତାମିଲ ନେବା ପାଇଁ ଭୁବନେଶ୍ବର ଆସିଥିଲେ । ସେହିଦିନ ଠାରୁ ନା ତାଙ୍କ ସହ କୌଣସି ଯୋଗାଯୋଗ ହୋଇଛି ନା ମିଳୁଛି ତାଙ୍କର କୌଣସି ଖୋଜ ଖବର । ଦିବ୍ୟାଙ୍ଗ ପୁଅ ହେଲେ ବି ତାଙ୍କ ପାଇଁ ଦୁଃଖ କଷ୍ଟେ ଚଳୁଥିଲା ପରିବାର । ହେଲେ ତାଲିମ ନେବାକୁ ଗଲା ଯେ ପୁଅ ଆଉ ଫେରିଲା ନାହିଁ । ଯାହାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି ପରିବାର ଲୋକ । ଗତ 5 ମାସ ହେଲା ଯେମିତି ମା ଆଖିରୁ ଲୁହ ଶୁଖୁନି । ପୁଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛି ମା ।

ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଅନାଇ ବାହୁନୁଛି ମା’

ସୂଚନା ଅନୁଯାୟୀ, ଗତ ଜୁନ ମାସରେ କୋରାପୁଟର ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ 5 ଜଣ ଦିବ୍ୟାଙ୍ଗ ଧନ୍ଦାମୂଳକ ଶିକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ । କିନ୍ତୁ ଆସିବା ପରଦିନ ଠାରୁ ଚୈତନର ଖୋଜ ଖବର ନ ମିଳିବା ଯୋଗୁଁ ପରିବାର ବର୍ଗ ଓ ପ୍ରଶାସନିକ ଅଧିକାରୀ ବ୍ୟସ୍ତ ହୋଇ ପଡିଛନ୍ତି ।

ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ( ଡିଏସଏସଓ) ସୀମାଞ୍ଚଳ ମହାପାତ୍ରଙ୍କ କହିଛନ୍ତି, ଚୈତନ୍ୟ ସିଲେଇ ଶିଖିବା ପାଇଁ ସେଠାକୁ ଯାଇଥିଲେ । ହେଲେ ଯିବାର ପରଦିନ ସନ୍ଧ୍ୟାରେ ବାହାରକୁ ଯାଇ ଆଉ ଫେରି ନାହାନ୍ତି । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା କିନ୍ତୁ ତାଙ୍କର କୌଣସି ଖୋଜଖବର ମିଳି ନାହିଁ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଅନାଇ ବାହୁନୁଚି ବୁଢ଼ୀ ମା । କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତ ର ଦଳେଇପୁଟ ଗାଁରେ ମା ଜୟନ୍ତୀ ରଥ ଙ୍କ ଆଖିରୁ ଗତ ପାଂଚ ମାସ ହେବ ଲୁହ ଶୁଖୁନାହିଁ । Body:୨୫ ବର୍ଷର ଭେଣ୍ଡିଆ ପୁଅ ଚୈତନ କଥା କହି ପାରୁନଥଲେ ବି ଘର କାମରେ ବୁଢା ବାପା ମାଙ୍କୁ ସାହାଯ୍ୟ କରିପାରୁଥିଲା । ବାହାରକୁ କାମ କରିବାକୁ ଯିବା ପାଇଁ ଅସମର୍ଥ ବାପା ରମେଶ ଓ ମା ଜୟନ୍ତୀ ଙ୍କ ପରିବାର କେବଳ ଗାଁ ଲୋକଙ୍କ ଗାଈଗୋରୁ ଜଗି ଯାହା କିଛି ମିଳେ ତା ସହିତ ଚୈତନକୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା କୁ ମିଶାଇ ଜେଣତେଣ ପ୍ରକାରେ ଜୀବନ ବିତାଇ ଚାଲିଛନ୍ତି । କିନ୍ତୁ ଆକାଶ ସତେ ଯେମିତି ଫାଟି ପଡିଲା ଏହି ପରିବାର ଉପରେ । ଗତ ଜୁନ ମାସରେ କୋରାପୁଟ ର ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପାଂଚ ଜଣ ଦିବ୍ୟାଙ୍ଗଙ୍କୁ କିଛି ଜୀବନ କୌଶଳ ଓ ଧନ୍ଦାମୂଳକ ଶିକ୍ଷା ଦେବା ପାଇଁ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ସେଣ୍ଟର ଫର ଡିଫେରେଣ୍ଟଲି ଏବଲଡ଼ (ଏନସିଏସସି) ରେ ଭର୍ତି କରାଯାଇଥିଲା । କିନ୍ତୁ ଭର୍ତି ହେବା ପରଦିନଠାରୁ ଚୈତନ ର ଖୋଜ ଖବର ନ ମିଳିବା ଯୋଗୁଁ ପରିବାର ବର୍ଗ ଓ ପ୍ରଶାସନିକ ଅଧିକାରୀ ବ୍ୟସ୍ତ ହୋଇଉଠିଥିଲେ । କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ( ଡିଏସଏସଓ) ସୀମାଞ୍ଚଳ ମହାପାତ୍ରଙ୍କ କହିବାନୁଯାୟୀ ଚୈତନ ଭୁବନେଶ୍ୱରସ୍ଥିତ ସେହି ଅନୁଷ୍ଠାନରେ ଟେଲରିଂ ଶିଖିବା ପାଇଁ ଯୋଗଦେବାର ଦ୍ଵିତୀୟ ଦିନ ସନ୍ଧ୍ୟାରେ ହିଁ ବାହାରକୁ ଚାଲିଯାଇଥିଲା ଓ ତା ପରଠାରୁ ସେ ଆଉ ଅନୁଷ୍ଠାନକୁ ଫେରିନାହିଁ । ତେବେ ଏନସିଏସସି ଦ୍ୱାରା ଥାନାରେ ଜଣାଇବା ପରେ ବିଭାଗ ତରଫରୁ ବ୍ୟାପକଭାବେ ଖୋଜାଖୋଜି ଆରମ୍ଭ କରାଯାଇଥିଲା । ଏପରିକି ଚୈତନ ର ସମ୍ପର୍କୀୟଙ୍କୁ ମଧ୍ୟ କୋରାପୁଟରୁ ଭୁବନେଶ୍ୱର ନିଆଯାଇ ଦୁଇଥର ଖୋଜାଖୋଜି କରାଯାଇଥିଲା । କିନ୍ତୁ ସମସ୍ତ ପ୍ରୟାସ ବିଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି ।Conclusion:ତଥାପି ସେମାନେ ଆଶା ହରାଇନଥିବା କହୁଥିବା ବେଳେ ଚୈତନ ର ବାପା ଓ ମା ପୁଅର ଫେରିବା ବାଟକୁ ଲୁହଗଡାଇ ଅନାଇ ରହିଛନ୍ତି ।ସେମାନଙ୍କ ଅପେକ୍ଷାର କେବେ ଯେ ଅନ୍ତ ଘଟିବ ତାହା ସମୟହିଁ କହିବ ।
.........
Byte :ରମେଶ ରଥ , ବାପା
Byte :ଜୟନ୍ତୀ ରଥ , ମା
Byte : ସୀମାଞ୍ଚଳ ମହାପାତ୍ର , ଡିଏସଏସଓ
P2C : Santakar
...........
ଶାନ୍ତାକାର
କୋରାପୁଟ
......
Last Updated : Oct 23, 2019, 11:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.