ETV Bharat / state

କୁଖ୍ୟାତ ମାଓବାଦୀଙ୍କ ନାମରେ ପୋଷ୍ଟର, ସୂଚନାଦାତାଙ୍କୁ ୧୦ ଲକ୍ଷ

author img

By

Published : Jan 20, 2023, 5:30 PM IST

ଚାରିଜଣ କୁଖ୍ୟାତ ମାଓବାଦୀଙ୍କୁ ଧରିବା ପାଇଁ ପୋଷ୍ଟର ଜାରି କଲା ପୋଲିସ । ଲାଲବାହିନୀକ ସୂଚନା ଦାତାଙ୍କୁ 5 ଲକ୍ଷ ଟଙ୍କା ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା । ଅଧିକ ପଢ଼ନ୍ତୁ

ପୋଲିସ ଟାର୍ଗେଟରେ ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ
ପୋଲିସ ଟାର୍ଗେଟରେ ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ
ପୋଲିସ ଟାର୍ଗେଟରେ ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ

କୋରାପୁଟ: ପୋଲିସ ଟାର୍ଗେଟରେ ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ । ମାଓବାଦୀମାନଙ୍କୁ ଧରିବା ପାଇଁ ପୋଷ୍ଟର ଜାରି କଲା ପୋଲିସ । ଚାରିଜଣ କୁଖ୍ୟାତ ମାଓବାଦୀଙ୍କ ନାମରେ କୋରାପୁଟ ବସ ଷ୍ଟାଣ୍ଡରେ ପୋଷ୍ଟର ଲାଗିଛି । ସେମାନଙ୍କୁ ଧରାଇବା ଲୋକଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । କୋରାପୁଟ ବସଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଏହି ମାଓବାଦୀଙ୍କ ନାମରେ ପୋଷ୍ଟର ଲାଗିଥିବା ଦେଖି ଆଜି ସକାଳୁ ଲୋକଙ୍କ ମଧ୍ୟରେ ସାମାନ୍ୟ ଭୟ ସୃଷ୍ଟି ହୋଇଥିଲା ।

ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)ର କଲିକତା କାର୍ଯ୍ୟାଳୟ ତରଫରୁ ଏହି ମୋଷ୍ଟ ୱ୍ବାଣ୍ଟେଡ ଥିବା ମାଓବାଦୀଙ୍କ ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି । ମାଓ ନେତା ନେଦୁରୁ ଜଗା ରାଓ, ଗଜାରାଲା ରବି, ଜୁଳୁମାରି ଶ୍ରୀନୁ ବାବୁ , ଖିଲ ରଞ୍ଜୁଙ୍କ ଉପରେ 5 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଛି । ଲାଲବାହିନୀ ସଦସ୍ୟଙ୍କ ସୂଚନାଦାତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

କୋରାପୁଟ ସଦର ମହକୁମା ରେ 2004 ମସିହାରେ ପୋଲିସ ଷ୍ଟେସନ ଓ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ ମାଓବାଦୀ ଙ୍କ ସଂଘବଦ୍ଧ ଚଢ଼ାଉ ହୋଇଥିବା ଘଟଣା କୁ ମନେ ପକାଇ ଆଜି ପ୍ରଥମ ଥର ପାଇଁ ମାଓବାଦୀଙ୍କ ବିରୁଦ୍ଧରେ ଏପରି ପୋଷ୍ଟର ଲାଗିବା ଦେଖି ଲୋକଙ୍କ ମଧ୍ୟରେ ପୁଣି ମାଓବାଦୀଙ୍କୁ ନେଇ ଭୟ ଓ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚାରିଜଣ କୁଖ୍ୟାତ ମାଓବାଦୀଙ୍କ ଉପରେ ଦେଶର ଅନେକ ସ୍ଥାନରେ କେଶ ଚାଲିଥିବା ବେଳେ NIA ଦ୍ବାରା ଏହି ପୋଷ୍ଟର ଲଗାଯାଇଥିବା କୋରାପୁଟ ଏସପି ଅଭିନବ ସୋନକର ଜଣାଇଛନ୍ତି ।

ତେବେ କିଛି ଦିନ ତଳେ ରାଜରାସ୍ତାରେ ମାଓବାଦୀମାନେ ପୋଷ୍ଟର୍ ଲଗାଇ ନିଜର ଉପସ୍ଥିତି ଜାହିର କରିଥିଲେ । ପ୍ରଶାସନକୁ ସୂଚନା ଦେବା ଓ ପୁରସ୍କାର ପାଇବା ନିତି ନିୟମ ବନ୍ଦ କର । ନଚେତ ଦୃଢ କାର୍ଯାନୁଷ୍ଠାନ ନିଆ ହେବ ଏବଂ ମୃତ୍ୟୁ ଦଣ୍ଡ ଦିଆଯିବ । ଜଙ୍ଗଲ କାଟିବାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ମୁଖ୍ୟ ରାସ୍ତାରେ ଲିପଲେଟ ଫିଙ୍ଗିବା ସହ ପୋଷ୍ଟର ଲଗାଥିଲେ ମାଓବାଦୀ । ମାଓ ବ୍ୟାନର ଯୋଡିଙ୍ଗା କନ୍ୟାଶ୍ରମ ଯିବା ଛକ ନିକଟରେ ଟଙ୍ଗା ହୋଇଥିବା ସହ ଲିଫଲେଟ ଫିଙ୍ଗା ହୋଇଥିଲା । ବ୍ୟାନରରେ ଜଙ୍ଗଲ କାଟିବା ବନ୍ଦ କରିବା ସହ ସରକାରୀ ସୂଚନା ଦାତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.