ETV Bharat / state

ପଞ୍ଚାୟତିରାଜ ଦିବସରେ ‘ମୋ ସେବା କେନ୍ଦ୍ର’ ଉଦଘାଟିତ

ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ‘ମୋ ସେବା କେନ୍ଦ୍ର’ ଉଦଘାଟିତ । 403ଟି ସରକାରୀ ସୁବିଧାର ଲାଭ ପାଇପାରିବେ ଲୋକେ । ଅଧିକ ପଢନ୍ତୁ...

author img

By

Published : Mar 5, 2021, 8:37 PM IST

mo seva kendra inaugurated in koraput
ମୋ ସେବା କେନ୍ଦ୍ର ଉଦଘାଟିତ

କୋରାପୁଟ : ଜିଲ୍ଲାରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ‘ମୋ ସେବା କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଓଡିଶା ଓ୍ବାନ ପୋର୍ଟାଲରେ ଉପଲବ୍ଧ ସମସ୍ତ 403 ଟି ସରକାରୀ ସୁବିଧାକୁ ଲୋକେ ଏହି କେନ୍ଦ୍ର ମାଧ୍ୟମରେ ଅତି ସହଜରେ ପାଇପାରିବେ ବୋଲି ଜଣାପଡିଛି ।

ମୋ ସେବା କେନ୍ଦ୍ର ଉଦଘାଟିତ

ରାଜ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଓ ସହରାଞ୍ଚଳରେ ପ୍ରତି 25 ,000 ଜନସଂଖ୍ୟା ପାଇଁ ଗୋଟିଏ ମୋ ସେବା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରେ ସରକାରୀ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସହିତ ବସ ଟିକେଟ, ରେଳ ଟିକେଟ, ପାଣି ବିଲ ଓ ବିଦ୍ୟୁତ ବିଲ ପଇଠ କରିବା ଭଳି ସୁବିଧା ମଧ୍ୟ ପାଇହେବ । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ସଭାରେ ଜିଲ୍ଲାପାଳ ଅବଦଲ ଅକ୍ତର , ବିଧାୟକ ରଘୁରାମ ପଡାଲ ଓ ବହୁ ମାନ୍ୟଗନ୍ୟବ୍ୟକ୍ତି ଯୋଗ ଦେଇଥିଲେ । ଏହି ସଭାରେ ବିଜୁବାବୁଙ୍କ ମହାନ କାର୍ଯ୍ୟ ଓ ସ୍ଵପ୍ନ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ଭାରତୀୟ ଗଣତନ୍ତ୍ରରେ ଥିବା ଗୁରୁତ୍ଵକୁ ଉଲ୍ଲେଖ କରିଥିଲେ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.