ETV Bharat / state

OSRTC ବସ ଉପରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଏସଆରଟିସି ବସ ଉପରକୁ ଗୁଳିମାଡ଼ । ବୈପାରୀଗୁଡା ସ୍ଥିତ ବିଏସଏଫ କ୍ୟାମ୍ପ ନିକଟରେ ଗୁଳିମାଡ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

author img

By

Published : May 19, 2023, 12:00 PM IST

firing on osrtc bus in koraput
firing on osrtc bus in koraput
firing on osrtc bus in koraput

କୋରାପୁଟ: ସରକାରୀ ବସ ଉପରକୁ ଗୁଳିମାଡ । ଭୟରେ ବସକୁ ଧରି ଥାନାରେ ପହଞ୍ଚିଲେ ଡ୍ରାଇଭର । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ । ଏଭଳି ଘଟଣା ଘଟିଛି ବୈପାରୀଗୁଡା ସ୍ଥିତ ବିଏସଏଫ କ୍ୟାମ୍ପ ନିକଟରେ । ଓଏସଆରଟିସି ବସ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଗୋଟିଏ ଗୁଳି ବସର ଝରକାରେ ଭେଦ କରିଛି । କିନ୍ତୁ ଫୁଟା ଗୁଳିଟିକୁ ଏ ପର୍ଯ୍ୟନ୍ତ ଜବତ କରାଯାଇନାହିଁ । ତେବେ କିଏ ବସ ଉପରକୁ ଗୁଳିମାଡ କଲା ତାହା ଅସ୍ପଷ୍ଟ ରହିଛି ।

ଗତକାଲି(ଗୁରୁବାର) ରାତ୍ରି ପ୍ରାୟ 11ଟା ସମୟରେ ସରକାରୀ ବସଟି ମାଲକାନଗିରି ଜ଼ିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଯାଉଥିବା ସମୟରେ ଗୁଳିମାଡ଼ ହୋଇଥିଲା । ବସରେ ଗୁଳି ବାଜିଥିବା ଶବ୍ଦ ଶୁଣି ଭୟଭୀତ ହୋଇ ଡ୍ରାଇଭର ବସ ଟିକୁ ଥାନାକୁ ନେଇଯାଇଥିଲେ । ଏହି ସମୟରେ ବସରେ 10 ଜଣ ଯାତ୍ରୀ ଥିବା ବେଳେ ଗୁଳିମାଡରେ କେହି ଆହତ ହୋଇନଥିଲେ । ଜୟପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଗାଡିରୁ ଫୁଟା ଗୁଳି ଟିକୁ ଖୋଜିଥିଲେ । ତେବେ ଗୁଳିମାଡ ବସ ଭିତରୁ ନା ବାହାରୁ ହୋଇଛି ତାହା ମଧ୍ୟ ଜଣାପଡିନାହିଁ ।

ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ପୋଲିସ ପଚରା ଉଚରା ଜାରି ରଖିଛି । ଗୁଳି ମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ପଟ୍ଟାଙ୍ଗି, ନନ୍ଦପୁର, ଲମତାପୁଟ ଓ ବୈପାରିଗୁଡା ଅଞ୍ଚଳ ମାଓ ପ୍ରବଣ ଥିବା ବେଳେ ଲମତାପୁଟ ଓ ବୈପାରିଗୁଡା ବ୍ଲକର ସୀମା ମାଲକାନଗିରି ଜିଲ୍ଲା ସହିତ ଲାଗି ରହିଛି । ଆଜି ମଧ୍ୟ ସେହି ସ୍ଥାନରେ ମାଓବାଦୀଙ୍କ ଚଳପ୍ରଚଳ କରୁଛନ୍ତି । ବିଶେଷ କରି ବୈପାରିଗୁଡା ବ୍ଲକ ଛତିଶଗଡ଼ର ମାଓ ପ୍ରଭାବିତ ଜଙ୍ଗଲ ଅଞ୍ଚଳ ନିକଟରେ ରହିଥିବା ଯୋଗୁଁ ଏହି ବ୍ଲକଟି ଅଧିକ ସମ୍ବେଦନଶୀଳ ରହିଛି ।

ଏହା ମଧ୍ୟ ପଢନ୍ତୁ-Egra Bomb Blast: କଟକର ଘରୋଇ ହସ୍ପିଟାଲରେ ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ

ବ୍ଲକର ଛକରେ ଥିବା ପୋଲିସ ଥାନାକୁ 2009 ମସିହାରେ ମାଓବାଦୀ ମାନେ ନିଜ କବଜାକୁ ନେବା ପରେ ବୋମା ଲଗାଇ ଉଡାଇଦେଇଥିଲେ । ତା ପରେ ଏକ ଆଧୁନିକ ଥାନା ନିର୍ମାଣ କରାଯାଇ ସେଠାରେ ଓଡିଶା ପୋଲିସ ସମେତ ବିଏସଏଫର ଏକ୍ସ ୟୁନିଟକୁ ସ୍ଥାପନା କରାଯାଇଥିଲା । ତେବେ ବସ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମାଓବାଦୀଙ୍କ ହାତ ଅଛି କି ନାହିଁ ତାହା ଜଣାପଡିନାହିଁ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.