ETV Bharat / state

ନାବାଳିକାକୁ ଜାଳିବା ଉଦ୍ୟମ ପରେ କୋର୍ଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ସେମିଳିଗୁଡାର ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ପଢ଼ୁଥିବା ସହପାଠୀ ଉପରେ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଥିବା ଫେରାର ନାବାଳକ କୋର୍ଟରେ କଲା ଆତ୍ମସମର୍ପଣ ।

author img

By

Published : Jun 4, 2019, 7:37 PM IST

ପ୍ରତିକାତ୍ମକ ଫଟୋ

କୋରାପୁଟ: ସହପାଠୀ ଉପରେ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଥିବା ଫେରାର ନାବାଳକର ଆତ୍ମସମର୍ପଣ । ଗତ କିଛିଦିନ ପୂର୍ବେ ସେମିଳିଗୁଡାର ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ପଢ଼ୁଥିବା ସହପାଠୀ ନାବାଳିକା ଉପରେ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଥିଲା ଜଣେ ନାବାଳକ । ତେବେ ମଙ୍ଗଳବାର କୋରାପୁଟ ଏସଡିଜେଏମ କୋର୍ଟରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି ।

ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଅନୁସାରେ ନାବାଳକ ଏକତରଫା ପ୍ରେମରେ ବିଫଳ ହେବା ପରେ ସେ ଏପରି କାଣ୍ଡ ଭିଆଇଥିଲେ । ନାବାଳକ ପୀଡିତାଙ୍କୁ ପ୍ରେମ ନିବେଦନ କରିଥିଲେ । ମାତ୍ର ପୀଡିତା ଜଣକ ମନା କରିବାରୁ ସେ ନାବାଳିକା ଉପରେ ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରିଥିଲା ।

ଏହି ଅଘଟଣରେ ଝିଅଟି ଅଧା ଜଳିଯାଇଥିଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାକୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ପୀଡିତାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଦିନଠାରୁ ନାବାଳକ ଫେରାର ଥିବା ବେଳେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.