ETV Bharat / state

କୋରାପୁଟରେ ଅଘଟଣ, ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ - କୋରାପୁଟ ଖବର

ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟିଛି କୋରାପୁଟ ମାଝିଗୁଡ଼ା ଗ୍ରାମରେ । ଅଧିକ ପଢ଼ନ୍ତୁ

ପାଣିଭର୍ତ୍ତି ଗାତରେ ପଡ଼ି ୨ ନାବାଳକ ମୃତ, ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ କର୍ମଚାରୀ

author img

By

Published : Jun 23, 2022, 4:49 PM IST

Updated : Jun 23, 2022, 7:34 PM IST

କୋରାପୁଟ: ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଫୁଲବେଡା ପଞ୍ଚାୟତର ମାଝିଗୁଡ଼ା ଗାଁରେ ଘଟିଯାଇଛି ଏହି ଦୁଃଖଦ ଘଟଣା । ରାସ୍ତା କାମ ଖୋଳା ଯାଇଥିଲା ଗାତ । ବର୍ଷା ହେବାରୁ ପାଣି ଭର୍ତ୍ତି ହୋଇଥିଲା । ଅସାବଧାନତା ବଶତଃ ଗାତରେ ପଡିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳକୁ କୋରାପୁଟ ଏସଡିପିଓଙ୍କ ନେତୃତ୍ବରେ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କୋରାପୁଟରେ ଅଘଟଣ, ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ

ସୂଚନାନୁସାରେ ମାଝିଗୁଡ଼ା ଗ୍ରାମରେ ଭାରତମାଲା ରାସ୍ତା କାମ ପାଇଁ ରାସ୍ତା କଡ଼ରେ ଖୋଳା ଯାଇଥିଲା ଖାଲ । ଏହି ଖାଲରେ ଭର୍ତ୍ତି ହୋଇଥିବା ବର୍ଷା ଜଳରେ ଆଜି ଚାରି ଜଣ ଶିଶୁ ବୁଡ଼ିଯାଇଥିଲେ । ଏଥିରେ ତିନି ଜଣ ଝିଅ ଓ ଜଣେ ପୁଅ ଥିଲେ । ବୁଡ଼ି ଯାଇଥିବା ଶିଶୁମାନେ ହେଲେ ପୁର୍ଣି ହନ୍ତାଳ (୬), ବିମଳା ଶୁକ୍ରୀ (୬) ରାଇଲା ଶୁକ୍ରୀ (୪) ଓ ମଧୁ ହନ୍ତାଳ (୬) । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଝିଅ ଓ ଜଣେ ପୁଅ ରାସ୍ତା କଡ଼ରେ ଥିବା ପାଣି ଭର୍ତ୍ତି ନାଳ ମଧ୍ୟକୁ ଖସି ପଡ଼ିଥିଲେ । ଏହାଦେଖି ଆର ଜଣକ ଝିଅ ଦୌଡ଼ିଯାଇ ଗ୍ରାମବାସୀଙ୍କୁ ଜଣାଇବା ପାଇଁ ଯାଉଥିବା ବେଳେ ଆଗରେ ଆଉ ଏକ ନାଳ ମଧ୍ୟକୁ ଖସି ପଡିଥିଲେ ବୋଲି କୋରାପୁଟ ଏସଡିପିଓ ମନୋଜ ପୂଜାରୀ ଜଣାଇଛନ୍ତି ।

ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାରି ଜଣ ଶିଶୁଙ୍କ ମଧ୍ୟରୁ ଦୁଇଜଣ ଝିଅ ଗୋଟିଏ ପରିବାରର । ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତମାଳା ରାସ୍ତା ନିର୍ମାଣକାରୀ ସଂସ୍ଥା ଦ୍ୱାରା ରାସ୍ତା କାମ ନିକଟରେ ସୁରକ୍ଷାର ବ୍ୟବସ୍ଥା କରାନଯିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Jun 23, 2022, 7:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.