ETV Bharat / state

ପଟ୍ଟାଙ୍ଗିର ସେରୁବନ୍ଧରେ ଖଣି ଖନନକୁ ନେଇ ମନ୍ତ୍ରୀ ଓ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

author img

By

Published : Dec 29, 2019, 6:51 AM IST

ପଟ୍ଟାଙ୍ଗିରେ ନାଲକୋ ଦ୍ବାରା ପ୍ରସ୍ତାବିତ ଖଣି ଖନନକୁ ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ଓ ଯେଉଁମାନେ ଆୟୋଜିତ ଜନ ଶୁଣାଣିରେ ବିରୋଧ କରିଥିଲେ । ତେବେ ଜନ ଶୁଣାଣି ର ପନ୍ଦର ଦିନ ନପୂରୁଣୁ ସରକାରଙ୍କ କଥା ବାଆଁରେଇବା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ପଟ୍ଟାଙ୍ଗିର ସେରୁବନ୍ଧରେ ଖଣି ଖନନକୁ ନେଇ ମନ୍ତ୍ରୀ ଓ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ
ପଟ୍ଟାଙ୍ଗିର ସେରୁବନ୍ଧରେ ଖଣି ଖନନକୁ ନେଇ ମନ୍ତ୍ରୀ ଓ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

କୋରାପୁଟ: ପଟ୍ଟାଙ୍ଗିରେ ନାଲକୋ ଦ୍ବାରା ପ୍ରସ୍ତାବିତ ଖଣି ଖନନକୁ ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ଓ ଯେଉଁମାନେ ଆୟୋଜିତ ଜନ ଶୁଣାଣିରେ ବିରୋଧ କରିଥିଲେ ସେମାନେ ପ୍ରଭାବିତ ଅଞ୍ଚଳର ବାହାର ଲୋକ ବୋଲି ଶନିବାର ଦାମନଯୋଡିଠାରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ କହିବା ଓ ତାଙ୍କ କଥାକୁ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମର୍ଥନ କରିବା ସମଗ୍ର ଘଟଣା ଚକ୍ରକୁ ଏକ ବିବାଦୀୟ ମୋଡ଼କୁ ଆଣିଦେଇଛି ।

ସେରୁବନ୍ଧ ପର୍ବତରେ ନାଲକୋ ଦ୍ବାରା ଖଣିଖନନ ପାଈଁ ପରିବେଶ ଅନୁମତିର ଜନ ଶୁଣାଣି ଗତ 17 ତାରିଖ ଦିନ ପଟ୍ଟାଙ୍ଗି ଠାରେ ଅନୁଷ୍ଠିତ ହୋଇଥିଲା । ପଟ୍ଟାଙ୍ଗି , ନୂଆଗାଁ , ମାଳିପୁଟ ,କୋଟିଆ , ଖୁଡି ଓ ସୋରିଷପଦର ପଞ୍ଚାୟତ ବାସିନ୍ଦା ଖଣି ଖନନକୁ ତୀବ୍ର ବିରୋଧ କରିଥିଲେ । ଅଧିକାରୀକ ଭାବେ ଜନ ଶୁଣାଣିକୁ ଅଧ୍ୟକ୍ଷତା କରିଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ମଧ୍ୟ ସ୍ବୀକାର କରିବା ସହ ଏହା ସେହି ଛଅଟି ପଞ୍ଚାୟତର ଲୋକଙ୍କ ବିରୋଧ ଥିଲା ବୋଲି କ୍ୟାମେରା ସାମନାରେ କହିଥିଲେ ।

ତେବେ ଜନ ଶୁଣାଣି ର ପନ୍ଦର ଦିନ ନପୂରୁଣୁ ସରକାରଙ୍କ କଥା ବାଆଁରେଇବା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଜନ ଶୁଣାଣିରେ ଉପସ୍ଥିତ ଥିବା ଜିଲ୍ଲାର ବରିଷ୍ଠ ଅଧିକାରୀ ବିରୋଧ ହୋଇଥିବା କହିଥିବା ବେଳେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ଆଜି ଦାମନଯୋଡିରେ ଏକ ସଭାରେ ଯୋଗ ଦେଇ କେଉଁ ଆଧାରରେ ଏହି ବିରୋଧକୁ କମ୍ପାନୀ ପାଇଁ ସମର୍ଥନ ବୋଲି କହିବାକୁ ବାଧ୍ୟ ହେଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଙ୍କି ମାରିଛି ।

ଜନଶୁଣାଣିରେ ଜନତାଙ୍କ ବିରୋଧକୁ ପରିଲକ୍ଷିତ କରି ସାଧାରଣ ଜନତା ଯେଉଁ ସବୁ ବିଷୟରେ ଉଦବେଗ ପ୍ରକାଶ କରିଛନ୍ତି ସେସବୁ ଦିଗରେ ପଦକ୍ଷେପ ନ ନେବା ଯାଏଁ ଖଣି ଖୋଳିବାପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜନ ଶୁଣାଣିରେ ଯୋଗ ଦେଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ସେହିଦିନ ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଏଭଳି କଥା ବଦଳାଇବା ପଛରେ କଣ କାରଣ ରହିଛି ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ପଟ୍ଟାଙ୍ଗି ରେ ନାଲକୋ ଦ୍ୱାରା ପ୍ରସ୍ତାବିତ ଖଣି ଖନନକୁ ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ଓ ଯେଉଁମାନେ ଆୟୋଜିତ ଜନ ଶୁଣାଣି ରେ ବିରୋଧ କରିଥିଲେ ସେମାନେ ପ୍ରଭାବିତ ଅଂଚଳର ବାହାର ଲୋକ ବୋଲି ଆଜି ଦାମାନଯୋଡିଠାରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ କହିବା ଓ ତାଙ୍କ କଥାକୁ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମର୍ଥନ କରିବା ସମଗ୍ର ଘଟଣା ଚକ୍ରକୁ ଏକ ବିବାଦୀୟ ମୋଡ଼କୁ ଆଣିଦେଇଛି ।Body:ସେରୁବନ୍ଧ ପର୍ବତରେ ନାଲକୋ ଦ୍ୱାରା ଖଣିଖନନ ପାଈଁ ପରିବେଶ ଅନୁମତି ର ଜନ ଶୁଣାଣି ଗତ 17 ତାରିଖ ଦିନ ପଟ୍ଟାଙ୍ଗି ଠାରେ ଅନୁଷ୍ଠିତ ହୋଇଥିବା ବେଳେ ପଟ୍ଟାଙ୍ଗି , ନୂଆଗାଁ , ମାଳିପୁଟ ,କୋଟିଆ , ଖୁଡି ଓ ଶୋରିଷପଦର ପଂଚାୟତ ବାସିନ୍ଦା ଖଣି ଖନନ କୁ ତୀବ୍ର ବିରୋଧ କରିଥିଲେ । ଆଧିକାରୀକ ଭାବେ ଜନ ଶୁଣାଣୀ କୁ ଅଧ୍ୟକ୍ଷତା କରିଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ମଧ୍ୟ ସ୍ୱୀକାର କରିବା ସହ ଏହା ସେହି ଛଅ ଟି ପଂଚାୟତ ର ଲୋକଙ୍କ ବିରୋଧ ଥିଲା ବୋଲି କ୍ୟାମେରା ସାମନାରେ କହିଥିଲେ । ତେବେ ଜନ ଶୁଣାଣି ର ପନ୍ଦର ଦିନ ନପୁରୁଣୁ ସରକାରଙ୍କ କଥା ବାଁରେଇବା ବର୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଜନ ଶୁଣାଣି ରେ ଉପସ୍ଥିତ ଥିବା ଜିଲ୍ଲାର ବରିଷ୍ଠ ଅଧିକାରୀ ବିରୋଧ ହୋଇଥିବା କହିଥିବା ବେଳେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ଆଜି ଦାମନଯୋଡିରେ ଏକ ସଭାରେ ଯୋଗ ଦେଇ କେଉଁ ଆଧାରରେ ଏହି ବିରୋଧକୁ କମ୍ପାନୀ ପାଇଁ ସମର୍ଥନ ବୋଲି କହିବାକୁ ବାଧ୍ୟ ହେଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଙ୍କି ମାରିଛି । ଜନଶୁଣାଣୀ ରେ ଜନତାଙ୍କ ବିରୋଧକୁ ପରିଲକ୍ଷିତ କରି ସାଧାରଣ ଜନତା ଯେଉଁ ସବୁ ବିଷୟରେ ଉଦବେଗ ପ୍ରକାଶ କରିଛନ୍ତି ସେସବୁ ଦିଗରେ ପଦକ୍ଷେପ ନ ନେବା ଯାଏଁ ଖଣି ଖୋଳିବାପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜନ ଶୁଣାନୀରେ ଯୋଗ ଦେଇଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ସେହିଦିନ ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଏଭଳି କଥା ବଦଳାଇବା ପଛରେ କଣ କାରଣ ରହିଛି ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି । Conclusion:ବାଇଟ : ଦେବେନ ପ୍ରଧାନ , ଏଡିଏମ ( file video from public hearing ) (in Black coat)
ବାଇଟ : ପିତମ ପାଢ଼ୀ , ବିଧାୟକ , ପଟ୍ଟାଙ୍ଗି ( with bearded person in background)
ବାଇଟ : ପ୍ରଫୁଲ୍ଲ କୁମାର ମଲ୍ଲିକ , ଖଣି ମନ୍ତ୍ରୀ
Visual : File visual of the public hearing

..........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.