ETV Bharat / state

୨୦ ବର୍ଷ ପରେ ଘରକୁ ଫେରିଲେ ମାନସିକ ବିକାରଗ୍ରସ୍ତ ମୁରବି, ଖୁସିରେ ଆତ୍ମହରା ପରିବାର - କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ସଲପଗୁଡା ଗାଁ

ଦୀର୍ଘ 20 ବର୍ଷ ପରେ ଘରକୁ ଫେରିଲେ ମୁରବି । କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ସଲପଗୁଡା ଗାଁର ଉଦୟ ମାଳୀ ନାମକ ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ବସିଥିବା ବେଳେ ସେ ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ । ଆଉ ଏବେ ଘରକୁ ଫେରିବାପରେ ପରିବାର ମଧ୍ୟରେ ଆନନ୍ଦର ଲହଡି ଖେଳିଯାଇଛି। ଅଧିକ ପଢନ୍ତୁ...

ରକ୍ତ ସହ ଯୋଡ଼ି ହେଲା ରକ୍ତର ସମ୍ପର୍କ: ଦୀର୍ଘ 20 ବର୍ଷ ପରେ ଘରକୁ ଫେରିଲେ ଉଦୟ

author img

By

Published : Aug 8, 2021, 1:34 PM IST

କୋରାପୁଟ: ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ସଲପଗୁଡା ଗାଁ । ଭଲ ରାସ୍ତାଟିଏ ନଥିବା ଯୋଗୁଁ ବାହାର ଦୁନିଆରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ଅପହଞ୍ଚ ଗାଁକୁ ଦୀର୍ଘ 20 ବର୍ଷ ପରେ ଫେରିଛନ୍ତି ଉଦୟ ମାଳୀ । ଫଳରେ ପରିବାର ମଧ୍ୟରେଆନନ୍ଦର ଲହଡି ଖେଳିଯାଇଛି।

ରକ୍ତ ସହ ଯୋଡ଼ି ହେଲା ରକ୍ତର ସମ୍ପର୍କ: ଦୀର୍ଘ 20 ବର୍ଷ ପରେ ଘରକୁ ଫେରିଲେ ଉଦୟ

ପତ୍ନୀ ଯମୁନାଙ୍କ କହିବା ଅନୁଯାୟୀ ତାଙ୍କ ସ୍ଵାମୀ ଉଦୟ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏପରିକି କଥା କଥାରେ ଟାଙ୍ଗିଆ ଉଠାଇ ମାରି ଗୋଡାଉଥିଲେ । ଏଭଳି ଏକ ଭୟ ମଧ୍ୟରେ ଦିନ କାଟୁଥିବା ପରିବାରକୁ ହଠାତ ଛାଡି ଦେଇ କାହିଁ କେଉଁ ଆଡେ ଚାଲିଯାଇଥିଲେ ଉଦୟ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ପ୍ରାୟ 20 ବର୍ଷ ପରେ କେଜାଣି କେମିତି ଉଦୟ ପୁଣିଥରେ ଘରକୁ ଫେରିଥିଲେ । କିନ୍ତୁ ସେତେବେଳେ ବି ସେ ପୂର୍ବଭଳି ମାନସିକ ସ୍ତରରେ ସୁସ୍ଥ ନଥିଲେ ବୋଲି ତାଙ୍କ ପୁଅ ପଦଲାମ ମାଳୀ ଜଣାଇଛନ୍ତି । ଫଳରେ ସେହି ଅଞ୍ଚଳରେ ଏକତା ସଂଗଠନ ଦ୍ଵାରା ଏପରି ମାନନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଥିବା ଜାଣିବାକୁ ପାଇ ତାଙ୍କରି ସହଯୋଗରେ ଉଦୟଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାନସିକ ସ୍ୱାସ୍ଥ୍ୟ ବିଭାଗରେ ଚିକିତ୍ସିତ କରାଯାଇଥିଲା ।

ଚିକିତ୍ସା ପାଇ ଘରକୁ ଫେରିବା ପରେ ଏକତା ସଂଗଠନର ସ୍ଵେଚ୍ଚାସେବୀ ଉଦୟଙ୍କ ପାଖରେ ଔଷଧ ପହୁଞ୍ଚାଇବା ସହ ତାଙ୍କ ଭଲମନ୍ଦ କଥା ବୁଝିଥିଲେ । ଆଉ ଏବେ ନିଜ କାମ ନିଜେ କରିପାରୁଥିବା ସହ ଚାଷବାସ କାର୍ଯ୍ୟରେ ମଧ୍ୟ ସହଯୋଗ କରୁଥିବା ନିଜେ ଜଣାଇଛନ୍ତି ଉଦୟ। ଏବଂ ନିଜ ବାଡି ବଗିଚାରେ ଫଳିଥିବା ପନିପରିବାକୁ କୋରାପୁଟ ବଜାରକୁ ନେଇ ବେସ ଦୁଇପଇସା ରୋଜଗାର କରିପାରୁଥିବା ଏକତା ସଂଗଠନର କର୍ମକର୍ତ୍ତା ପ୍ରଭାତ ପାଇକରାୟ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.