ETV Bharat / state

ଦୁର୍ଲଭ ଔଷଧୀୟ ବୃକ୍ଷ ବଞ୍ଚାଇବା ପ୍ରୟାସରେ କୋରାପୁଟ ବନ ବିଭାଗ - medicinal plants are gone to rare

କୋରାପୁଟରେ ରହିଛି ଦୁର୍ଲଭ ଔଷଧୀୟ ବୃକ୍ଷଲତା । ଏହାକୁ ହୃଦୟଙ୍ଗମ କରି କୋରାପୁଟ ବନବିଭାଗ ଓଏସଏପି କଲୋନୀଠାରେ ସୃଷ୍ଟି କରିଛି ସଂକଳ୍ପ ବନ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
author img

By

Published : Aug 9, 2019, 4:25 PM IST

କୋରାପୁଟ: ରୋଗବ୍ୟାଧିରୁ ରକ୍ଷା କରିବାକୁ ବହୁ ବୃକ୍ଷରେ ରହିଛି ଔଷଧୀୟ ଗୁଣବତ୍ତା । ଯାହାର ସଦୁପଯୋଗ କରି ମନୁଷ୍ୟ ବହୁ ରୋଗରୁ ନିଜକୁ ରକ୍ଷା କରିପାରିବ । ମାତ୍ର ଏବେ ସେସବୁ ବୃକ୍ଷ ବିରଳ ପ୍ରାୟ । ଏହାକୁ ହୃଦୟଙ୍ଗମ କରି କୋରାପୁଟ ବନବିଭାଗ ଓଏସଏପି କଲୋନୀଠାରେ ସୃଷ୍ଟି କରିଛି ସଂକଳ୍ପ ବନ। ଏଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ କରାଯାଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ସରକାରୀ ଓ ବେସରକାରୀ ସଙ୍ଗଠନ ଗୁଡିକର ଅକ୍ଲାନ୍ତ ଉଦ୍ୟମ ଓ ଜନସଚେତନତାର ଫଳସ୍ବରୂପ କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ବଢ଼ିବାରେ ଲାଗିଛି ଜଙ୍ଗଲ । କିନ୍ତୁ ଏହି ଜଙ୍ଗଲ ମଧ୍ୟରେ ବିଷଲ୍ୟକରଣୀ , ଗଙ୍ଗଶିଉଳି, କୋଚିଲା , ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଅଶୋକ ଭଳି ଔଷଧୀୟ ବୃକ୍ଷ ରହିଛି । ଯାହାର ଅଭାବ ଦେଖାଯିବା କାରଣରୁ ଗାଁଗଣ୍ଡାରେ ଚିକିତ୍ସା କରୁଥିବା ବୈଦ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲେ ଏହା ଆଗାମୀ ଦିନରେ ଜିଲ୍ଲାରେ ଔଷଧୀୟ ବୃକ୍ଷରାଜିର ପରିମାଣକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୋରାପୁଟ ବନାଞ୍ଚଳର ରେଞ୍ଜର ସୁବାଷ ଖୁଣ୍ଟିଆ କହିଛନ୍ତି। ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ଆୟୁର୍ବେଦିକ ବୈଦ୍ୟ ନିଜ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ସରକାରୀ ଓ ବେସରକାରୀ ସଂଗଠନ ଗୁଡିକର ଅକ୍ଲାନ୍ତ ଉଦ୍ୟମ ଓ ବଢୁଥିବା ଜନସଚେତନତା ର ଫଳସ୍ୱରୂପ କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ଜଙ୍ଗଲ ବଢ଼ିବାରେ ଲାଗିଛି । କିନ୍ତୁ ଏହି ଜଙ୍ଗଲ ମଧ୍ୟରେ ବିଷଲ୍ୟକରଣୀ , ଗଙ୍ଗଶିଉଳି ,କୋଚିଲା , ଗୁଡମାରି ଭଳି ଏହି ଅଂଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଅଶୋକ ଭଳି ଔଷଧୀୟ ବୃକ୍ଷ ର ଅଭାବ ଦେଖାଯାଇଥିବା ଯୋଗୁଁ ଗାଁଗଣ୍ଡାରେ ଚିକିତ୍ସା କରୁଥିବା ବୈଦ୍ୟ ଚିନ୍ତା ପ୍ରକଟ କରିଛନ୍ତି । Body:ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରି ଗାଁଗଣ୍ଡାରେ ଚିକିତ୍ସା ପ୍ରଦାନ କରୁଥିବା ହରି ପାଙ୍ଗି ମତ ରଖିଛନ୍ତି । ତେବେ ଏହି ଅବସ୍ଥାକୁ ହୃଦୟଙ୍ଗମ କରି ବନବିଭାଗ ତରଫରୁ କୋରାପୁଟ ର ଓଏସଏପି କଲୋନୀଠାରେ ସଂକଳ୍ପ ବନ ର ସୃଷ୍ଟି କରାଯାଇଛି ଯେଉଁଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମ କୁ ସଂରକ୍ଷଣ କରିବାର ପ୍ରୟାସ ଆରମ୍ଭ ହୋଇଛି।Conclusion:ଏହା ଜନସାଧାରଣ ଙ୍କ ମଧ୍ୟରେ ଏହି ଅଂଚଳର ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାର ବଣ ଜଙ୍ଗଲରେ ଔଷଧୀୟ ବୃକ୍ଷରାଜିର ପରିମାଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୋରାପୁଟ ବନାଞ୍ଚଳର ରେଞ୍ଜର ସୁବାଷ ଖୁଣ୍ଟିଆ ଜଣାଇଛନ୍ତି ।
...........
Byte :ହରି ପାଙ୍ଗି , ଆୟୁର୍ବେଦିକ ବୈଦ୍ୟ
Byte : ସୁବାଷ ଖୁଣ୍ଟିଆ , ବନାଞ୍ଚଳ ରେଞ୍ଜର
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.