ETV Bharat / state

ପରୀକ୍ଷା ହୋଇଥିଲେ ଭଲ ହୋଇଥାନ୍ତା: ଛାତ୍ରଛାତ୍ରୀ - ମାଟ୍ରିକ ପରୀକ୍ଷା ବାତିଲ

ମାଟ୍ରିକ ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ....

ପରୀକ୍ଷା ହୋଇଥିଲେ ଭଲ ହୋଇଥାନ୍ତା: ଛାତ୍ରଛାତ୍ରୀ

author img

By

Published : Apr 21, 2021, 5:53 PM IST

କୋରାପୁଟ: ପ୍ରତ୍ୟେକ ପିଲାର ଜୀବନରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ । ମାତ୍ର କୋରୋନା ପାଇଁ ଏବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଯାଇଛି, ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।

ପରୀକ୍ଷା ହୋଇଥିଲେ ଭଲ ହୋଇଥାନ୍ତା: ଛାତ୍ରଛାତ୍ରୀ

ଦିନରାତି ପ୍ରସ୍ତୁତି ପରେ ପରୀକ୍ଷା ଦେଇନପାରିବାର କ୍ଷୋଭ ଜୀବନବ୍ୟାପୀ ସେମାନଙ୍କ ସହିତ ରହିବାର ସମ୍ଭାବନା ରହିଥିଲେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ଛଡା ଅନ୍ୟ ବାଟ ନଥିବା ଅଭିଭାବକ କହିଛନ୍ତି । ସେହିପରି ଏପରି ହେବା ଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ସିଧାସଳଖ ପ୍ରଭାବ ପଡିବ ବୋଲି ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକ ହରି ସାହୁ ମତ ରଖିଛନ୍ତି ।

ତେବେ କୋରାପୁଟ ଜିଲ୍ଲାରେ 271 ଟି ବିଦ୍ୟାଳୟରୁ 20,594 ଜଣ ଛାତ୍ରଛାତ୍ରୀ 77 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ଅନ୍ୟପଟେ କୋଭିଡର ଭୟାବହତା ଯୋଗୁଁ ସରକାରଙ୍କ ଏପରି ନିଷ୍ପତ୍ତିକୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶିବ ଶଙ୍କର ପଟ୍ଟନାୟକ ସ୍ୱାଗତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.