କୋରାପୁଟ: ଆଜି ଠୁ ମାଓବାଦୀଙ୍କ ଶହୀଦ ସପ୍ତାହ । ମାଓ ପ୍ରବଣ ଜିଲ୍ଲାରେ ଆଲର୍ଟ । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ପକ୍ଷରୁ ମାଓ ପ୍ରବଣ ଜିଲ୍ଲାରେ କୁମ୍ବିଂ ଅପରେସନ କରାଯାଇଛି । ଏପରିକି ଆଭ୍ୟନ୍ତରୀଣ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି ।
ମାଓବାଦୀଙ୍କ ଶହୀଦ ସପ୍ତାହକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଜିଲ୍ଲାରେ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ସେହିପରି କୋରାପୁଟ- ମାଲକାନଗିରି ରାସ୍ତାରେ ମଧ୍ୟ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଏଥିସହ ଓଡିଶା- ଛତିଶଗଡ ରାସ୍ତାକୁ ସିଲ କରାଯାଇ ତନ୍ନ ତନ୍ନ ଯାଞ୍ଚ କରୁଛି ପୋଲିସ । ମାଓବାଦୀଙ୍କ ଶହୀଦ ସପ୍ତାହରେ ହିଂସାତ୍ମକ କାର୍ଯ୍ୟ ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ