ETV Bharat / state

ମାଡିବସିଲା ମେଡିକାଲ ପାଚେରୀ, ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ - ମେଡିକାଲ ପାଚେରୀ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

କୋରାପୁଟ ସହରରେ ବୁଧବାର ରାତିରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରୀ ଭାଙ୍ଗି ଯିବାରୁ ସହରର ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଅସୁରକ୍ଷିତ ମେଡିକାଲ ପାଚେରୀ, ନେଲା ଜଣଙ୍କ ଜୀବନ

author img

By

Published : Sep 29, 2022, 5:52 PM IST

କୋରାପୁଟ: ମେଡିକାଲ ପାଚେରୀ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ । ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟର ସହିଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ଓ ମେଡିକାଲରେ । ମେଡିକାଲର ପାଚେରୀ ପଡି ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ କାନ୍ଥ ନିକଟରେ ପାର୍କିଂ ହୋଇଥିବା ଗୋଟେ କାର ମଧ୍ୟ କ୍ଷତିଗସ୍ତ ହୋଇଛି । ତେବେ ମୃତ ଯୁବ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନିଲ ଚୌଧୁରୀ ।

ଅସୁରକ୍ଷିତ ମେଡିକାଲ ପାଚେରୀ, ନେଲା ଜଣଙ୍କ ଜୀବନ

ତେବେ ସୂଚନା ଅନୁଯାୟୀ, ମେଡିକାଲର ପାଚେରୀ ଭାଙ୍ଗି ଯାଇଥିବା ଯୋଗୁଁ ଯୁବ ବ୍ୟବସାୟୀ ପ୍ରଥମେ ଗୁରୁତର ହୋଇଥିଲେ ପରେ ରାତି 1ଟା ସମୟରେ ମୃତ୍ୟୁବରଣ କରିଥିଲେ । ତେବେ ମୃତ ଯୁବକ ଜଣକ ଜଣେ ହୋଟେଲ ବ୍ୟବସାୟୀ ବୋଲି ଜଣାପଡିଛି । ସେ ରାତିରେ ସେହି ବାଟ ଦେଇ ଜଣଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ଯାଉଥିବା ବେଳେ ତାଙ୍କ ଉପରେ ପାଚେରୀ ପଡି ଯିବାରୁ ସେ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟପେଟ କ୍ଷତିଗ୍ରସ୍ତ ହୋଇଥିବା କାରଟି ଦିଲ୍ଲୀପ କୁମାର ଲେଙ୍କାଙ୍କର ବୋଲି ଜଣାପଡିଛି ।

ତେବେ ସ୍ବାସ୍ଥ୍ୟସେବାରେ ଅବହେଳା ପାଇଁ ଚର୍ଚ୍ଚାରେ ଥିବା ଏହି ହସ୍ପିଟାଲଟି ବର୍ତ୍ତମାନ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ସେ ନେଇ ଉଠିଛି ପ୍ରଶ୍ନ । ମେଡ଼ିକାଲ କଲେଜ ନିର୍ମାଣ ସମ୍ପୂର୍ଣ୍ଣ ହେବାର କିଛିଦିନ ମଧ୍ୟରେ ହିଁ ଲାଇବ୍ରେରୀ ଘରର ସିଲିଂ ଖସିଯିବା ନେଇ ଘୋର ସମାଲୋଚନାର ଶିକାର ହୋଇଥିବା ବେଳେ ବର୍ତ୍ତମାନ ଏହି ପାଚେରୀ ଭୁଶୁଡ଼ି ଯିବା ଯୋଗୁଁ ରୋଗୀଙ୍କ ମଧ୍ୟରେ ନୂତନ ଆଶଙ୍କା ଜମା ବାନ୍ଧୁଛି । ତେବେ ମେଡ଼ିକାଲ କଲେଜ ହସ୍ପିଟାଲର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁଁ ସେଗୁଡ଼ିକର ମାନ ନିରୂପଣ କରିବାର ଆବଶ୍ୟକତାକୁ ନେଇ ସାଧାରଣରେ ଦାବି ଜୋର ଧରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.