ETV Bharat / state

ମାଓବାଦୀ ବେଶରେ ଲୁଟେରା, 7ଟି ଘରେ ବୁଲାଇଲେ କଳାକନା - ଟଙ୍କା ଓ ସୁନା ଗହଣା ଲୁଟ

କବାଟ ବାଡେଇଲେ ଆଉ କହିଲେ ଖୋଲ ଆମେ ମାଓବାଦୀ । ଆଉ ଖୋଲିବା ପରେ ଘରେ ବୁଲାଇଲେ କଳାକନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋାରାପୁଟ
author img

By

Published : Aug 31, 2019, 6:54 AM IST

କୋରାପୁଟ: ମାଓବାଦୀ ବେଶରେ ଲୁଟେରା । ନିଜକୁ ମାଓବାଦୀ କହି ଲୁଟିନିଲେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ ସୁନା ଗହଣା । ଆମେ ମାଓବାଦୀ ଆସିଛୁ କବାଟ ଖୋଲ କହି ଦୁର୍ବୃତ୍ତ ଲୁଟ ଘଟଣା । କୋରାପୁଟ କାକିରିଗୁମ୍ମା ଥାନା ଅନ୍ତର୍ଗତ କଣ୍ଟାମାଳିଗୁଡା ଗ୍ରାମରେ ଏହି ଘଟଣା ଘଟିଛି ।

ଗ୍ରାମବାସୀଙ୍କ କହିବାନୁଯାୟୀ ମଧ୍ୟରାତ୍ରିରେ ପ୍ରାୟ ୧୫ ରୁ ୨୦ ଜଣ ଦୁର୍ବୃତ୍ତ ସାଥିରେ ବନ୍ଧୁକ, ଖଣ୍ଡା ଓ କାତି ଧରି ଗାଁ ମଧ୍ୟକୁ ପଶି ଆସିଥିଲେ । କବାଟ ପାଖରେ ସେମାନେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ କବାଟ ଖୋଲିବା ପାଇଁ ଭୟଭୀତ କରିଥିଲେ । ଆଉ ଗୋଟିଏ ପରେ ଗୋଟିଏ ସମୁଦାୟ ୧୮ ଟି ଘର ମଧ୍ୟରୁ 7ଟି ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋାରାପୁଟ

କବାଟ ଖୋଲିବା ପରେ ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ଘରେ ରଖିଥିବା ଟଙ୍କା ଓ ସୁନା ଗହଣା ସବୁ ଲୁଟି ନେଇଥିବା ଗ୍ରାମବାସୀ କହିଛନ୍ତି । ପେଢି, ଆଲମିରା, ଖଟ ଉପରର ଶଯ୍ୟା ସବୁକିଛି ଖୋଳତାଡି ଯାହାକିଛି ଗ୍ରାମବାସୀଙ୍କ ପୁଞ୍ଜି ଭାବେ ସଞ୍ଚିଥିଲେ ସବୁଚିଛି ଲୁଟି ନେଇ ସେମାନଙ୍କୁ ସର୍ବଶ୍ବାନ୍ତ କରିଦେଇଛନ୍ତି ।

ତେବେ ରାତି ପାହିବା ପରେ ଗ୍ରାମବାସୀ କାକିରିଗୁମ୍ମା ପୋଲିସ ପାଖରେ ଯାଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

କୋରପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.