କୋରାପୁଟ: ଜିଲ୍ଲାରେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ସୋମବାର ଠାରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଛି । ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।
ଜିଲ୍ଲାର କୋଟପାଡ, ଜୟପୁର, କୋରାପୁଟ ଓ ସୁନାବେଡା ସହରାଞ୍ଚଳ ସମେତ ଲକ୍ଷ୍ମୀପୁର , ମାଥାଲପୁଟ ଓ ଚାରାଙ୍ଗୁଲରେ ପୁଣି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ସୋମବାର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 34 ଜଣ କୋରୋନା ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ କୋରାପୁଟ ସହରାଞ୍ଚଳରୁ 9 ଜଣ ଓ ଜୟପୁର ସହରାଞ୍ଚଳରୁ 16 ଜଣ ଚିହ୍ନଟ ହୋଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ