ETV Bharat / state

ସମ୍ପର୍କରେ ଫାଟ; ଲକଡାଉନରେ ହଜିଯାଇଛି ମଣିଷ, ଦେଖାନାହିଁ ମାଙ୍କଡ - କୋରାପୁଟ

ମଣିଷ-ମାଙ୍କଡ ସମ୍ପର୍କ ଫାଟ ସାଜିଲା ଲକ ଡାଉନ । ହଜି ଯାଇଥିବା ମଣିଷକୁ ନ ପାଇ ଆଉ ଦେଖା ଦେଉନି ମାଙ୍କଡ । ଅଧିକ ପଢନ୍ତୁ...

ସମ୍ପର୍କରେ ଫାଟ କଲା ଲକ ଡାଉନ: ହଜି ଯାଇଛି ମଣିଷ, ଦେଖାନାହିଁ ମାଙ୍କଡ

author img

By

Published : Apr 5, 2020, 2:39 PM IST

କୋରୋପୁଟ: ଲକ ଡାଉନରେ ଦେଶ । ଏହାର ପ୍ରଭାବରେ କେବଳ ଯେ, ଲୋକେ ହନ୍ତସନ୍ତ ତା ନୁହେଁ, ବନ୍ୟ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । ତାଲା ବନ୍ଦ ଯୋଗୁ ରାସ୍ତା ଘାଟ ଶୂନଶାନ ହୋଇପଡିଛି, ଜନ ଗହଳି ସ୍ଥାନରେ ନିରବତା ରାଜ କରୁଛି । ଫଳରେ ମଣିଷଙ୍କ ଉପରେ ନିର୍ଭର କରୁଥିବା କିଛି ପଶୁପକ୍ଷୀଙ୍କ ସୁରକ୍ଷା ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି।

କୋରାପୁଟରୁ ଜୟପୁର ମଧ୍ୟରେ ଥିବା 5 କିଲୋମିଟରର ଘାଟି ଯେତିକି ମନୋରମ ସେତିକି ଘଟଣାପୂର୍ଣ୍ଣ । ବିଶେଷ କରି ସକାଳ ପାହିଲେ ରାସ୍ତା କଡରେ ମଣିଷମାନଙ୍କ ଆସିବା ବାଟରେ ରାସ୍ତା କଡରେ ଅପେକ୍ଷା କରିଥିବା ମାଙ୍କଡଙ୍କ ଦୃଶ୍ୟ । ହେଲେ ଏ ଦୃଶ୍ୟ ଆଉ ଦେଖିବାକୁ ମିଳୁନି । କାଁ ଭା କେତେବେଳେ କେମିତି ଖାଦ୍ୟ ଅନ୍ବେଷଣ ଚାଲି ଆସୁଛନ୍ତି ମାଙ୍କଡ । ହେଲେ ଆଗ ପରି ଆଉ କେହି ହାତ ବଢେଇ କଦଳୀ, ବିସ୍କୁଟ କି ପାଣି ଧରେଇ ଦେଉ ନାହିଁନ୍ତି । କାରଣ କୋଭିଡ-29ର ମୁକାବିଲା ପାଇଁ ଲକ ଡାଉନ ଘୋଷଣା କାରଯାଇଛି । ଫଳରେ କେହି ଘରୁ ବାହାରୁନଥିବାବେଳେ, ଧୀରେ ଧୀରେ ମାଙ୍କଡମାନେ ଆସିବା ମଧ୍ୟ କମ କରିଦେଲେଣି ।

ସମ୍ପର୍କରେ ଫାଟ କଲା ଲକ ଡାଉନ: ହଜି ଯାଇଛି ମଣିଷ, ଦେଖାନାହିଁ ମାଙ୍କଡ

ସେପଟେ, ଅତ୍ୟାବଶ୍ୟକୀୟ ସରକାରୀ ସେବା ଯୋଗାଇବା ଉଦ୍ଦେଶ୍ୟରେ କୋରୋପୁଟରୁ ଜୟପୁର ଯାଉଥିବା କିଛି ବ୍ୟକ୍ତି ଏହି ମାଙ୍କଡମାନଙ୍କୁ ଫଳ, ପାଣି ଦେଇଛି ।ଯାହା ମାଙ୍କଡଙ୍କ ଆବଶ୍ୟକତାକୁ କିଛି ଟା ମାତ୍ରାରେ ସହଯୋଗ କରିପାରିଛି ।

କୋରାପୁଟରୁ ସିଏଚ, ଶାନ୍ତାକାର ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.