ETV Bharat / state

ଶାବର ଶ୍ରୀକ୍ଷେତ୍ର ଦର୍ଶନ କଲେ ଅଶ୍ବିନୀ ବୈଷ୍ଣବ, କୋରାପୁଟକୁ ସ୍ବିଜରଲାଣ୍ଡ ସହ କଲେ ତୁଳନା - Railway minister ashwini baishnaw

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କୋରାପୁଟ ଜିଲ୍ଲାରେ ଚାଲିଥିବା ଗସ୍ତର ଦ୍ଵିତୀୟ ଦିନରେ ଶାବର ଶ୍ରୀକ୍ଷେତ୍ର ଦର୍ଶନ କରିଛନ୍ତି । ଏହି ଅବସରରେ ସେ ଭୋକାଲ ଫର ଲୋକାଲକୁ ଗୁରୁତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ...

ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କଲେ ରେଳମନ୍ତ୍ରୀ

author img

By

Published : Aug 21, 2021, 8:46 PM IST

କୋରାପୁଟ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କୋରାପୁଟ ଜିଲ୍ଲାରେ ଚାଲିଥିବା ଗସ୍ତର ଦ୍ଵିତୀୟ ଦିନରେ ଶାବର ଶ୍ରୀକ୍ଷେତ୍ର ଦର୍ଶନ କରିଛନ୍ତି । ଆଜି ସେ କୋରାପୁଟ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ।

ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କଲେ ରେଳମନ୍ତ୍ରୀ

ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟ ଓ କୋରାପୁଟର ଅନୁଭୂତିକୁ ସେ ଅନନ୍ୟ ବୋଲି କହିଛନ୍ତି । ଏହାକୁ ସ୍ବିଜରଲାଣ୍ଡ ସହ ତୁଳନା କରିଥିଲେ ବୋଲି ଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡା କହିଛନ୍ତି । ମନ୍ଦିର ତରଫରୁ ତାଙ୍କ ପାଇଁ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଥିବାବେଳେ ମନ୍ତ୍ରୀ ଭୁବନେଶ୍ବରରୁ ହୀରାଖଣ୍ଡ ଏକ୍ସପ୍ରେସରେ ଆସୁଥିବା ସମୟରେ ତାଙ୍କ ସହ କଥାବାର୍ତ୍ତା କରି ଚର୍ଚ୍ଚାକୁ ଆସିଥିବା କୋରାପୁଟର ଝିଅ ସର୍ବାଣୀ ଦେବାଶ୍ରୀତା ସହିତ ଭେଟିଥିଲେ । ଏହା ପରେ ତାଙ୍କ ନିଜ କଫି ବଗିଚା ବ୍ରାଉନ ଭେଲିରୁ ପ୍ରସ୍ତୁତ କୋରାପୁଟ କଫି , ଗୋଲମରିଚ ତଥା ଅଳେଇଚ କୋରାପୁଟର ସାଧାରଣ ଜନତାଙ୍କ ତରଫରୁ ଉପହାର ଭାବେ ପ୍ରଦାନ କରିଥିଲେ ।

କୋରାପୁଟରେ ପ୍ରସ୍ତୁତ ହେଉଥିବା କଫି ଭଳି ବିଭିନ୍ନ ଉତ୍ପାଦକୁ ଭୋକାଲ ଫର ଦ ଲୋକାଲ ନୀତିରେ ପ୍ରଚାର ଓ ପ୍ରସାର କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡା କହିଛନ୍ତି । କୋରାପୁଟ ଗସ୍ତ ଶେଷ ହେବା ପରେ ସେ ଜୟପୁର ଅଭିମୁଖେ ଯାଇଥିଲେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.