ETV Bharat / state

ଚରଖା ମାଧ୍ୟମରେ ଗାନ୍ଧିଜୀଙ୍କୁ ମନେପକାଇଲେ ଛାତ୍ରଛାତ୍ରୀ - ଗାନ୍ଧୀଜୀଙ୍କ ୧୫୨ ତମ ଜନ୍ମ ଜୟନ୍ତୀ

ଜାତିର ପିତା ମହାତ୍ମାଗାନ୍ଧୀ ଚରଖାରେ ସୂତା କାଟିବାକୁ ସ୍ବାଧୀନତା ସଂଗ୍ରାମର ଏକ ଅମୋଘ ଅସ୍ତ୍ର । ଆଜିବି ତାଙ୍କ ସେହି କୁଟି ଖାଅ କାଟି ପିନ୍ଧ ଡାକରାର ପ୍ରାଧାନ୍ୟ ରହିଛି । ଆଜିର ଯୁବପିଢି ଆଦର୍ଶ ଭାବରେ ମହାତ୍ମାଗାନ୍ଧୀଙ୍କ ସ୍ବାଧୀନତା ଓ ସ୍ବାବଲମ୍ବୀ ହେବାର ବାର୍ତ୍ତାକୁ ନେଇ ପ୍ରଭାବିତ କରୁଛି । ଅଧିକ ପଢନ୍ତୁ...

152th birth anniversary of mahatma gandhi
ଚରଖା ମାଧ୍ୟମରେ ଗାନ୍ଧିଜୀଙ୍କୁ ମନେପକାଇଲେ ଛାତ୍ରଛାତ୍ରୀ
author img

By

Published : Oct 2, 2021, 9:10 PM IST

Updated : Oct 2, 2021, 9:57 PM IST

କୋରାପୁଟ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜନ୍ମ ଜୟନ୍ତୀ । ଜାତିର ପିତା ମହାତ୍ମାଗାନ୍ଧୀ ଚରଖାରେ ସୂତା କାଟିବାକୁ ସ୍ବାଧୀନତା ସଂଗ୍ରାମର ଏକ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିଥିଲାବେଳେ ସ୍ବାଧୀନତାର ଅନେକ ବର୍ଷ ପରେବି ଏହା ପିଲାଙ୍କୁ ସ୍ବାଧୀନତା ଓ ସ୍ବାବଲମ୍ବୀ ହେବାର ବାର୍ତ୍ତାକୁ ନେଇ ପ୍ରଭାବିତ କରୁଛି ।

ଚରଖା ମାଧ୍ୟମରେ ଗାନ୍ଧିଜୀଙ୍କୁ ମନେପକାଇଲେ ଛାତ୍ରଛାତ୍ରୀ

ମହାତ୍ମାଗାନ୍ଧୀଙ୍କ 'କୁଟି ଖାଅ, କାଟି ପିନ୍ଧ'ର ଡାକରାରେ ଭାରତ ବର୍ଷର ପୁରପଲ୍ଲୀରେ ସ୍ବାବଲମ୍ବୀ ହେବାର ସଂଗ୍ରାମକୁ ବଳ ଯୋଗାଇ ଆସିଥିଲାବେଳେ ଗାଁ ଗାଁରେ ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ପ୍ରତିଷ୍ଠାର ଆବଶ୍ୟକତାକୁ ଗ୍ରାମସଭା ମାଧ୍ୟମରେ ଲୋକେ ମନେ ପକାଉଛନ୍ତି । ପ୍ରତିଥର ଚରଖା ପାଖରେ ବସି ତୁଳା ବିଣ୍ଡାରୁ ସୂତା କାଟିଲାବେଳେ ବାପୁଜୀ ସ୍ବାଧୀନତା ସଂଗ୍ରାମ ଓ ଅଗଣିତ ସ୍ବାଧୀନତା ସଂଗ୍ରାମୀ ମନେ ପଡନ୍ତି ବୋଲି ସର୍ବୋଦୟ ସମିତିରେ ଅଧ୍ୟାୟନର ଏକ ଅଭିନ୍ନ ଅଙ୍ଗଭାବେ ସୂତା କାଟିବା ଶିଖୁଥିବା ଛାତ୍ରୀ ମଇନା ସାହୁ କହିଛନ୍ତି । ଗାନ୍ଧିଜୀ ବ୍ୟବହାର କରୁଥିବା ପାରମ୍ପରିକ ଚରଖା ହେଉ ବା ସ୍ବତନ୍ତ୍ର ଗ୍ରାମସଭା ମାଧ୍ୟମରେ ସ୍ବାବଲମ୍ବୀ ହୋଇ ପରସ୍ପର ସହଯୋଗରେ ଯୋଜନା ପ୍ରସ୍ତୁତି କରିବା ହେଉ, ସବୁଥିରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଆଦର୍ଶ ଭବିଷ୍ୟତ ପିଢ଼ି ମଧ୍ୟରେ ସ୍ବାବଲମ୍ବୀ ହୋଇଉଠିବାର ଆନନ୍ଦକୁ ପ୍ରବାହିତ କରିବାର ସାମର୍ଥ୍ୟ ରହିଥିବା ମହାଦେଇପୁଟର ସ୍ବେଚ୍ଛାସେବୀ ସୁରେନ୍ଦ୍ର ମସ୍ତି କହିଛନ୍ତି ।

ଆଜିର ପିଲାଙ୍କ ମଧ୍ୟରେ ଚରଖାରେ ସୂତା କାଟିବାର ଅନୁଭୂତି ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଯୁବା ବୟସରେ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ତାଲିମ ପାଇବା ସେମାନଙ୍କୁ ସ୍ବାବଲମ୍ବୀ କରାଇବାରେ ସହଯୋଗ କରୁଛି ବୋଲି ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି କହିଛନ୍ତି । ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ଅଧ୍ୟକ୍ଷତାରେ ସହରବାସୀ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗାନ୍ଧୀ ପାର୍କରେ ଏକ ସର୍ବଧର୍ମ ସଭାରେ ଭଗବତ ଗୀତା, ବାଇବେଲ ଓ କୋରାନ ପଠନ କରାଯାଇଥିଲା ।

କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Oct 2, 2021, 9:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.