କୋରାପୁଟ: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା । ଦୁଇ ବର୍ଷ ପୂରଣ ହୋଇଥିଲେ ମଧ୍ୟ ନ୍ୟାୟ ଅପେକ୍ଷାରେ ପରିବାର । ରାଜ୍ୟ ସରକାର କେବଳ ଗୋଟିଏ ପରେ ଗୋଟିଏ ତଦନ୍ତ କରି ସମୟ ଗଡାଇ ଚାଲିଥିବା ସେମାନେ ଅଭିଯୋଗ ଆଣିଛନ୍ତି ।
ସୋମବାର ଏହି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କୁ ଦାୟିତ୍ବ ଦିଆଯାଇଛି । ଏହା କେବଳ ସମୟ ଗଡାଇବାର ଏକ ପ୍ରକାର ବାହାନା ବୋଲି ପରିବାର ସଦସ୍ୟ କହିଛନ୍ତି । ଏହି ମାମଲା ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କହିଛନ୍ତି ।
ରାଜ୍ୟ ସରକାରଙ୍କ ଉପରେ ଆଉ ଭରସା ନାହିଁ । ଯଦି ତଦନ୍ତ କରାଇବାକୁ ସରକାର ଚାହୁଁଛନ୍ତି । ମାମଲାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ । ନଚେତ ଏହି ଘଟଣାକୁ ଏହିଠାରେ ପୂର୍ଣ୍ଣଚ୍ଛେଦ ପକାଯାଉ ବୋଲି ପିଡିତାଙ୍କ ସମ୍ପର୍କୀୟ କହିଛନ୍ତି ।
କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ