ETV Bharat / state

BJDରେ କୁଲେସିକା, ମୀନାକ୍ଷୀ କହିଲେ ଡ୍ରାମାର ଘଟିଲା ଅନ୍ତ

author img

By

Published : Oct 21, 2021, 8:48 AM IST

କଂଗ୍ରେସ ଛାଡି କୈଳାଶ କୁଲେସିକାଙ୍କ ବିଜେଡିରେ ଯୋଗଦାନ କୋରାପୁଟ କିମ୍ବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜିଲ୍ଲା ସଭାପତି ମୀନାକ୍ଷୀ କହିଛନ୍ତି । ଅଧିକ ପଢନ୍ତୁ...

'କୁଲେସିକାଙ୍କ ବିଜେଡିରେ ଯୋଗଦାନ କଂଗ୍ରେସରେ ପ୍ରଭାବ ପକାଇବ ନାହିଁ'

କୋରାପୁଟ: କୋରାପୁଟ କଂଗ୍ରେସର ଟାଣୁଆ ନେତା କୈଳାଶ କୁଲେସିକା ବିଜେଡିରେ ଯୋଗଦେବା ପରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି ମୀନାକ୍ଷୀ ବାହିନୀପତି । କୈଳାଶ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ଦୁର୍ଭାଗ୍ୟଜନକ, ମାତ୍ର ଏହା କୋରାପୁଟ ଜିଲ୍ଲା କିମ୍ବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।

ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତ୍ବ କରି ମାତ୍ର ୨୨୯ ଟି ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ କୁଲେସିକା । କିନ୍ତୁ ଗତ କିଛିଦିନ ହେବ ତାଙ୍କର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀଙ୍କ ସହ ମନାନ୍ତର ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା କୈଳାଶଙ୍କ ବିଜେଡିରେ ମିଶିବାର ପୂର୍ବାଭାଷ ଥିଲା ବୋଲି ମୀନାକ୍ଷୀ କହିଛନ୍ତି ।

ଗତ କିଛିଦିନ ପୂର୍ବେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ତେବେ ଏହି ନେତାଙ୍କୁ କଂଗ୍ରେସ ଅନେକ କିଛି ଦେଇଛି ଓ ସେମାନଙ୍କ ଦଳ ଛାଡିବା କଂଗ୍ରେସ ଦଳକୁ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି ମୀନାକ୍ଷୀ । ଏଥିସହ କୁଲେସିକା ଶତାଧିକ କର୍ମୀଙ୍କୁ ନେଇ ବିଜେଡିରେ ଯୋଗ ଦେଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, 'କୌଣସି ଦଳର କର୍ମୀ ତାଙ୍କ ସହ ବିଜେଡିରେ ଯୋଗ ଦେଇନାହାନ୍ତି, ବରଂ ସେମାନେ ବିଜେଡି କର୍ମୀ । ବିଜେଡିର କର୍ମୀଙ୍କୁ ନେଇ କୁଲେସିକା ବିଜେଡିରେ ଯୋଗ ଦେଇଛନ୍ତି ।'

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.