କୋରାପୁଟ: ଗତ କିଛି ଦିନ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା । କୋଟପାଡ ଓ ଜଗଦଲପୁର ମଧ୍ୟରେ ଯଅଁରା ନଦୀ ଉପର ସୁରଲି ଠାରେ ଜାତୀୟ ରାଜପଥରେ ଥିବା ପୋଲ ଉପର ଦେଇ ତିନି ଫୁଟ ଉଚ୍ଚର ପାଣି ଚାଲିବା ଯୋଗୁଁ ଯାତାୟତ ଠପ ହୋଇପଡିଛି ।
![କୋଟପାଡ ଓ ଜଗଦଲପୁର ମଧ୍ୟରେ ଯାତାୟତ ଠପ](https://etvbharatimages.akamaized.net/etvbharat/prod-images/od-kpt-01-water-on-road-viz-720278820-8-20_21082020133738_2108f_1597997258_289.jpg)
ସେପଟେ, ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଓ ଜରୁରୀକାଳୀନ ଅଧିକାରୀ ଜ୍ଞାନଦୀପ ତ୍ରିପାଠୀଙ୍କ ସମେତ କୋଟପାଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ