ETV Bharat / state

ଦୂରଦୃଷ୍ଟି ଅଭାବରୁ ନଷ୍ଟ ହେବ 10 କୋଟି ଟଙ୍କାର ଜାତୀୟ ସମ୍ପତ୍ତି !

ଭାରତମାଳା ସଡକ ଯୋଜନାରେ ତିଆରି ହେବାକୁ ଥିବା ରାସ୍ତାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଧୂଳିସାତ ହେବ ନବନିର୍ମିତ ମଡେଲ ଡିଗ୍ରୀ କଲେଜ । ଅଧିକ ପଢନ୍ତୁ...

author img

By

Published : Sep 11, 2021, 1:46 PM IST

ମାଟିରେ ମିଶିଯିବକି କୋରାପୁଟର ନବନିର୍ମିତ ମଡେଲ ଡିଗ୍ରୀ କଲେଜ ?

କୋରାପୁଟ : ଭାରତମାଳା ସଡକ ଯୋଜନା ଅନ୍ତର୍ଗତ ରାୟପୁର ଠାରୁ ବିଶାଖାପାଟଣା ଯିବାକୁ ଥିବା ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଧୂଳିସାତ ହେବ ନବନିର୍ମିତ ମଡେଲ ଡିଗ୍ରୀ କଲେଜ । କଲେଜ ଥିବା ଜମି ଦେଇ ଯିବା ପାଇଁ ନକ୍ସାରେ ଥିବା ଯୋଗୁଁ ଏହି କଲେଜଟିକୁ ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ସତ୍ୟନାରାୟଣ ଖୁରା ଜଣାଇଛନ୍ତି । କଲେଜଟିକୁ ନିର୍ମାଣ ପାଇଁ କେନ୍ଦ୍ର ସରକାର 9.94 କୋଟି ଟଙ୍କା ଖର୍ଚ କରିଥିବା ବେଳେ ଏବେ ଆଉ ଏକ ସ୍ଥାନରେ ପୁଣି ଏକ ନୂତନ କଲେଜ ନିର୍ମାଣ ପାଇଁ 13.94 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ବିଭାଗକୁ ଅର୍ଥ ଆସିଗଲେ କଲେଜ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ।

। କିନ୍ତୁ ଭାରତମାଳା ସଡକ ଏହି କଲେଜ ଉପର ଦେଇ ଯାଉଥିବା ଜାଣିବା ପରେ ମଧ୍ୟ ଅସମ୍ପୂର୍ଣ୍ଣ କଲେଜକୁ କାହିଁକି ସମ୍ପୂର୍ଣ କରାଗଲା , ସେ ନେଇ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପ୍ରଶ୍ନ ଉଠାଇଛନ୍ତି । ଜାଣିଶୁଣି ସରକାରଙ୍କ 10 କୋଟି ଟଙ୍କା କୁ ଏପରି ନିରର୍ଥକ ଭାବେ ନଷ୍ଟ କରିଥିବା ଯୋଗୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି । ଅର୍ଥ ନଷ୍ଟ ହେବା ସହ ଆସନ୍ତା ଶିକ୍ଷା ବର୍ଷରୁ ଶିକ୍ଷାଦାନ ଆରମ୍ଭ ହେବାର ଲକ୍ଷ ରଖି ନିର୍ମାଣ କରାଯାଇଥିବା କଲେଜ ଟିକୁ ଧ୍ୱଂସ କରିଦେବା ଫଳରେ ଶିକ୍ଷାଦାନ ନୂତନ କଲେଜ ନିର୍ମାଣ ହେବା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ନେଇ କୋରାପୁଟ ବିକାଶ ପରିଷଦର ସଦସ୍ୟ ସୁନୀଲ ବିଶ୍ବାଳ କ୍ଷୋଭ ପ୍ରକାଶ କରିଛନ୍ତି । ଅର୍ଥ , ଶିକ୍ଷା ଓ ତତସଙ୍ଗେ ଜାତୀୟ ସମ୍ପତ୍ତି କୁ ଦୂରଦୃଷ୍ଟି ଅଭାବରୁ ଜାଣି ଜାଣି ଏପରି ନଷ୍ଟ କରିବା ପରିତାପର ବିଷୟ ବୋଲି ଇଂଜିନିୟର ବିଶ୍ୱାଳ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.