ETV Bharat / state

ଆମେରିକା ଜାଣିଲା ଦେଓମାଳୀ ଔଷଧୀୟ ଗଛର ଉପାଦେୟତା, IVLTP କାର୍ଯ୍ୟକ୍ରମରେ କୋରାପୁଟ ଗବେଷକ - ଆମେରିକାର ଇଣ୍ଟର୍ନେସନାଲ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ

ଆମେରିକାର ଇଣ୍ଟର୍ନେସନାଲ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମ (ଆଇଭିଏଲଟିପି)ରେ ଯୋଗଦେଇ ଦେଓମାଳୀ ଔଷଧୀୟ ବୃକ୍ଷ ସମ୍ପର୍କରେ ଉପସ୍ଥାପନା କଲେ କୋରାପୁଟର ଆଦିବାସୀ ଗବେଷକ । ଅଧିକ ପଢନ୍ତୁ

ivltp programme in america
ivltp programme in america
author img

By

Published : Mar 20, 2023, 1:03 PM IST

କୋରାପୁଟ: ଦେଓମାଳିରେ ରହିଥିବା ଔଷଧୀୟ ବୃକ୍ଷ ଏବଂ ସେଥିପାଇଁ ଜଳବାୟୁ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଜାଣିଲେ ବିଦେଶ । ଆମେରିକାର ଇଣ୍ଟର୍ନେସନାଲ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମ (ଆଇଭିଏଲଟିପି)ରେ ଯୋଗଦେଲେ କୋରାପୁଟର ଆଦିବାସୀ ଗବେଷକ ହରି ପାଙ୍ଗି । ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀରେ ହରି ପାଙ୍ଗି ଯୋଗ ଦେଇ ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ଉପସ୍ଥାପନା କରିଛନ୍ତି ।

ସମଗ୍ର ଓଡ଼ିଶାରୁ ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୟନ ହୋଇଥିଲେ କୋରାପୁଟର ହରି ପାଙ୍ଗି । ତେବେ ସେ ଆମେରିକାର ଇଣ୍ଟର୍‌ନ୍ୟାସନାଲ୍‌ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମରେ ଦେଓମାଳିରେ ରହିଥିବା ଔଷଧୀୟ ବୃକ୍ଷ ଏବଂ ସେଥିପାଇଁ ପଡୁଥିବା ଜଳବାୟୁର ପ୍ରଭାବ ଉପରେ ଉପସ୍ଥାପନା କରିଥିବା ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ଓ ଜଙ୍ଗଲ ମଧ୍ୟରେ ବିଷଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଭଳିକି ଭଳି ଔଷଧୀୟ ବୃକ୍ଷ ରହିଛି । ଏଥିରେ ହରି ପାଙ୍ଗି ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଚିକିତ୍ସା କରିଚାଲିଛନ୍ତି । ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ କିପରି ସୁରକ୍ଷା ପ୍ରଦାନ କରିଥାଏ ସେ ସମ୍ପର୍କରେ ହରି ପାଙ୍ଗି ଏହି ଅନ୍ତର୍ଜାତୀୟ ମଞ୍ଚରେ ପରିବେଶବିତ ଏବଂ ବିଶେଷଜ୍ଞଙ୍କ ସମ୍ମୁଖରେ ଉପସ୍ଥାପନ କରି ପ୍ରଶଂସିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୋରାପୁଟ ପୁଅକୁ ଆମେରିକା ଡକରା, IVLTP କାର୍ଯ୍ୟକ୍ରମରେ ଯୋଗଦେବେ ଆଦିବାସୀ ଗବେଷକ

କୋରାପୁଟ ଅଞ୍ଚଳର ଏହି ଅମୂଲ୍ୟ ବିଭବକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଡଲିଆମ୍ବଠାରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ରର ସୃଷ୍ଟି କରାଯାଇଛି । ଏଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ ଆରମ୍ଭ ହୋଇଛି । ତାଙ୍କ ଆମେରିକା ଯାତ୍ରା ଫଳରେ ଜନସାଧାରଣଙ୍କ ମଧ୍ୟରେ ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାର ବଣ ଜଙ୍ଗଲରେ ଔଷଧୀୟ ବୃକ୍ଷରାଜିର ପରିମାଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି ହରି ପାଙ୍ଗି ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.