ETV Bharat / state

ବୈପାରିଗୁଡା ଓ ଲମତାପୁଟ ବ୍ଲକ ଅଞ୍ଚଳରେ ଏବେବି ମାଓବାଦୀ ସକ୍ରିୟ: ଏସପି

author img

By

Published : May 12, 2022, 10:34 PM IST

କୋରାପୁଟର ବିଭିନ୍ନ ଜିଲ୍ଲାରେ ଏବେବି ସକ୍ରିୟ ଅଛନ୍ତି ମାଓବାଦୀ, ସୂଚନା ଦେଲେ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି । ଅଧିକ ପଢନ୍ତୁ

ବୈପାରିଗୁଡା ଓ ଲମତାପୁଟ ବ୍ଲକ ଅଞ୍ଚଳରେ ଏବେବି ମାଓବାଦୀ ସକ୍ରିୟ: ଏସପି
ବୈପାରିଗୁଡା ଓ ଲମତାପୁଟ ବ୍ଲକ ଅଞ୍ଚଳରେ ଏବେବି ମାଓବାଦୀ ସକ୍ରିୟ: ଏସପି

କୋରାପୁଟ: ଜିଲ୍ଲାର ବିଭିନ୍ନ ଜିଲ୍ଲାରୁ ମାଓବାଦୀ ଦମନ ହୋଇଥିଲେ ମଧ୍ୟ ଏବେବି କେତେକ ସ୍ଥାନରେ ସକ୍ରିୟ ଅଛନ୍ତି । ଏନଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ସୂଚନା ଦେଇଛନ୍ତି । ନାରାୟଣପାଟଣା, ବନ୍ଧୁଗାଁ, ନନ୍ଦପୁର, ପଟ୍ଟାଙ୍ଗି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ପୋଲିସ ଅଙ୍କୁଶ ଲଗାଇପାରି ଥିବାବେଳେ ଏ ପର୍ଯ୍ୟନ୍ତ ବୈପାରିଗୁଡା ଓ ଲମତାପୁଟ ବ୍ଲକ ଅଞ୍ଚଳରେ ମାଓବାଦୀ କିଛି ମାତ୍ରାରେ ସକ୍ରିୟ ଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି କହିଛନ୍ତି ।

ଆଜି (ଗୁରୁବାର) ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପାଚିଙ୍ଗ ଓ ବାଲ୍କାପାଇ ଜଙ୍ଗଲ ମଧ୍ୟରେ ମାଟିତଳୁ ପୋଲିସ ଓ ବିଏସଏଫର ମିଳିତ ପ୍ରୟାସରେ କିଛି ଅସ୍ତ୍ରଶସ୍ତ୍ର ଜବତ କରିଥିବା ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ । ଜବତ କରାଯାଇଥିବା ସମସ୍ତ ମାଓ ଉପକରଣ ବହୁ ପୁରୁଣା ହୋଇଥିବା ସେ କହିଛନ୍ତି । ମାଓବାଦୀଙ୍କ ସମ୍ଭାବ୍ୟ କାର୍ଯ୍ୟକଳାପର ସୂଚନା ପାଇ ହୋଇଥିବା ଏହି ଅଭିଯାନରେ କିଛି ପୁରୁଣା ଓ ବ୍ୟବହାର ଅନୁପଯୋଗୀ ଅସ୍ତ୍ରଶସ୍ତ୍ର ତଥା ତରଳ ଜିଲେଟିନକୁ ମାଟିତଳୁ ଉଦ୍ଧାର କରି ପୋଲିସ ଆଶ୍ବସ୍ତ ହୋଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.