ETV Bharat / state

ରେଳଯାତ୍ରାର ଦୃଶ୍ୟ ମନୋରମ, ଡର ଘରେ ପହଞ୍ଚିବାର - ରେଳ ଲାଇନ କଥା

ରାୟଗଡା-କୋରାପୁଟ ସହର ମଧ୍ୟର ରେଳ ଲାଇନ କଥା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା 15ଟି ରେଳ ଷ୍ଟେସନ । ରେଳଯାତ୍ରା ବେଳେ ଚାରିପଟର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ଏବଂ ନୈସର୍ଗିକ । ଓଡିଶାର ଏକମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରେଳ ରୁଟ । ହେଲେ ଓଡିଶା ସରକାରଙ୍କ ଅଣଦେଖାର ଶିକାର ।

ରେଳଯାତ୍ରାର ଦୃଶ୍ୟ ମନୋରମ, ଡର ଘରେ ପହଞ୍ଚିବାର
author img

By

Published : Aug 13, 2019, 9:44 PM IST

କୋରାପୁଟ: ପ୍ରକୃତି କୋଳରେ ଲମ୍ବିଛି 173 କିମିର ଅଙ୍କାବଙ୍କା ରେଳଧାରଣା । ପାହାଡର ବୁକୁ ଚିରି ଖୋଳାଯାଇଛି 36ଟି ଟନେଲ (ସୁଡଙ୍ଗ) । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା 15ଟି ରେଳ ଷ୍ଟେସନ । ରେଳଯାତ୍ରା ବେଳେ ଚାରିପଟର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ଏବଂ ନୈସର୍ଗିକ । ଓଡିଶାର ଏକମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରେଳ ରୁଟ । ହେଲେ ଓଡିଶା ସରକାରଙ୍କ ଅଣଦେଖାର ଶିକାର ।

ରେଳଯାତ୍ରାର ଦୃଶ୍ୟ ମନୋରମ, ଡର ଘରେ ପହଞ୍ଚିବାର

ଏହାକୁ ଦେଖିଲେ ଲାଗେ ଯେପରି ପର୍ବତ ଶିଖରରୁ ଓହ୍ଲାଇ ଆସି ରେଳଗାଡିକୁ ଚୁମ୍ବନ ଦେଉଛି ମାଳ ମାଳ ମେଘ । ପାହାଡ ଉପରୁ କଳକଳ ନାଦରେ ବୋହିଯାଉଥିବା ଝରଣାର ଦୃଶ୍ୟ ମନରେ ଭରିଦିଏ ଅନନ୍ୟ ଆନନ୍ଦ । ପ୍ରକୃତିର ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଛୁଟି ଆସନ୍ତି ଦେଶ ବିଦେଶରୁ ପର୍ଯ୍ୟଟକ । ରାଜ୍ୟ ରାଜକୋଷକୁ ଏକ ବୃହତ ଭାଗ ଦାନ କରିଥାଏ ଏହି ରେଳଯାତ୍ରା । କିନ୍ତୁ ଏଥିରେ ଯାତ୍ରା କରୁଥିବା ସମସ୍ତ ରେଳଯାତ୍ରୀଙ୍କୁ ଗୋଟିଏ ଡର । ଆଜି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବି ତ ?

ଆମେ କହୁଛୁ ରାୟଗଡା-କୋରାପୁଟ ସହର ମଧ୍ୟର ରେଳ ଲାଇନ କଥା । ଓଡିଶାର ଏକମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରେଳ ରୁଟ । ହେଲେ ଓଡିଶା ସରକାରଙ୍କ ଦ୍ବାରା ଉପେକ୍ଷିତ ସର୍ବଦା । କେତେବେଳେ ରେଳ ପୋଲ ଉପରକୁ ମାଟି ଅତଡା ଖସୁଛି ତ କେତେବେଳେ ପଥର ଗଡି ଆସି ରାସ୍ତା ଅବରୋଧ କରୁଛି । ବର୍ଷା ହେଲେ ରେଳ ପୋଲ ଉପରେ ଘଣ୍ଟା ଘଣ୍ଟା ପାଣି ବୋହୁଛି । ଅଧାରୁ ବନ୍ଦ ହେଉଛି ରେଳଯାତ୍ରା । ରେଳଧାରଣାରୁ ଖସି ଯାଉଛି ରେଳଗାଡି । ସିଗନାଲ ଠିକ ଭାବେ ପହଞ୍ଚୁନି । ରେଲଗାଡି ଧକ୍କା ହେବାର ଆଶଙ୍କା ଉପୁଜୁଛି । ଏପଟେ ଦୋହରୀକରଣ କାର୍ଯ୍ୟ ଚାଲିଛି ବୋଲି କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି । କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ଭଗବାନଙ୍କ ଭରସାରେ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.