ETV Bharat / state

ନକ୍ସଲ ଶହୀଦ ସପ୍ତାହ: କୋରାପୁଟରୁ ବିସ୍ଫୋରକ ସାମଗ୍ରୀ ଜବତ

author img

By

Published : Aug 2, 2022, 7:52 PM IST

ନକ୍ସଲଙ୍କ ଶହୀଦ ସପ୍ତାହ ବେଳେ କୋରାପୁଟରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ନକ୍ସଲ ଶହୀଦ ସପ୍ତାହ: କୋରାପୁଟରୁ ବିସ୍ଫୋରକ ସାମଗ୍ରୀ ଜବତ
ନକ୍ସଲ ଶହୀଦ ସପ୍ତାହ: କୋରାପୁଟରୁ ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ: ସାରା ଦେଶରେ ନକ୍ସଲ ସଙ୍ଗଠନ ପକ୍ଷରୁ ପାଳନ ହେଉଛି ନକ୍ସଲ ଶହୀଦ ସପ୍ତାହ (Naxal Martyrs Week) । ତେବେ ଏହାରି ମଧ୍ୟରେ ଜିଲ୍ଲାରେ ଓଡ଼ିଶା ପୋଲିସ ଓ ବିଏସଏଫ ର ମିଳିତ ଅପରେସନ ବେଳେ ଅନେକ ଗାଁରୁ ଜବତ ହୋଇଛି ବିସ୍ଫୋରକ ସାମଗ୍ରୀ । ଏହା ଏକ ବିରାଟ ସଫଳତା ବୋଲି କହିଛନ୍ତି SP ବରୁଣ ଗୁଣ୍ଟାପଲି ।

ଜବତ ହୋଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ ୯ ରାଉଣ୍ଡ ୩୦୩ ଗୁଳି, ୪୮ ରାଉଣ୍ଡ ଏକେ ୪୭ର ଗୁଳି, ୧୦୮ ରାଉଣ୍ଡ ପଏଣ୍ଟ ୧୧ ଗୁଳି, ୯୫ ଗୋଟି ଜିଲାଟିନ ଷ୍ଟିକ ଏବଂ ୨ ପ୍ୟାକେଟ ତରଳ ବିସ୍ଫୋରକ ପଦାର୍ଥ ଜବତ ହୋଇଥିବା କୋରାପୁଟ SP ବରୁଣ ଗୁଣ୍ଠାପଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ନକ୍ସଲଙ୍କ ଶହୀଦ ସପ୍ତାହ ଚାଲିଥିବା ବେଳେ ଏହି ବିସ୍ଫୋରକ ଜବତ ହେବା ପୋଲିସ ଓ ବିଏସଏଫ ପାଇଁ ଏକ ବିରାଟ ସଫଳତା ବୋଲି ଏସପି ମତବ୍ୟକ୍ତ କରିଛନ୍ତି । ସୂଚନା ଥାଉ କି ପ୍ରତିବର୍ଷ ନକ୍ସଲ ସଙ୍ଗଠନ ଜୁଲାଇ ୨୮ ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଦିବସ ପାଳନ କରିଥାଏ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.