ETV Bharat / state

ଅଙ୍ଗନବାଡି କର୍ମୀ ହୋଇ MLAଙ୍କୁ ପ୍ରଶ୍ନ କରିବ ? ମଞ୍ଚରେ ଚିହିଁକି ଉଠିଲେ ବିଧାୟକ - anganwadi worker and koraput mla video viral

ସାମାନ୍ୟ ଅଙ୍ଗନବାଡ଼ି କର୍ମୀ ହୋଇ ବିଧାୟକଙ୍କୁ ପ୍ରଶ୍ନ ପଚାରୁଛ ? ଏକ ବୈଠକରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶ୍ନ ପରେ ଏହା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ । ଅଧିକ ପଢ଼ନ୍ତୁ

ବିଧାୟକଙ୍କୁ ପ୍ରଶ୍ନ କରି ମଞ୍ଚରେ ଆଞ୍ଚ ଲଗାଇଲେ ଅଙ୍ଗନବାଡ଼ି କର୍ମୀ, ଭିଡିଓ ଭାଇରାଲ

author img

By

Published : Dec 24, 2021, 7:17 AM IST

Updated : Dec 27, 2021, 4:01 PM IST

କୋରାପୁଟ: ସାମାନ୍ୟ ଅଙ୍ଗନବାଡ଼ି କର୍ମୀ ହୋଇ ବିଧାୟକଙ୍କୁ ପ୍ରଶ୍ନ ପଚାରୁଛ ? ଏକ ବୈଠକରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶ୍ନ ପରେ ଏହା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ । ବିଧାୟକ ଏଭଳି ମନ୍ତବ୍ୟ ଦେଇଥିବା ନେଇ ଏକ ଭିଡିଓ ବର୍ତ୍ତମାନ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । କୋରାପୁଟ ବିଧାୟକ ବୈପାରୀଗୁଡ଼ାରେ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ ପ୍ରତିରୋଧକ କିଟ୍‌ ବଣ୍ଟନ କରୁଥିଲେ ।

ବିଧାୟକଙ୍କୁ ପ୍ରଶ୍ନ କରି ମଞ୍ଚରେ ଆଞ୍ଚ ଲଗାଇଲେ ଅଙ୍ଗନବାଡ଼ି କର୍ମୀ, ଭିଡିଓ ଭାଇରାଲ

ଏହି ସମୟରେ ଜଣେ ଅଙ୍ଗନବାଡି କର୍ମୀ ମଞ୍ଚ ଉପରକୁ ଉଠି ରାଜ୍ୟ ସରକାରଙ୍କ ଦ୍ବାରା ଅଙ୍ଗନବାଡି କର୍ମୀଙ୍କ ପ୍ରତି ଅବହେଳା କରିଥିଲେ । ଖାଲି ସେତିକି ନୁହେଁ ସେ ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଥିଲେ । ଏହାଦ୍ବାରା ବିଧାୟକ ଅସହଜ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଥିରେ ବିଧାୟକ ବିରକ୍ତି ପ୍ରକାଶ କରି ଅଙ୍ଗନବାଡି କର୍ମୀଙ୍କୁ ବିଧାୟକ ହେବା ପାଇଁ ତାଙ୍କ ସହ ନିର୍ବାଚନରେ ଲଢ଼େଇ କରିବେ କି ? ବୋଲି ପ୍ରଶ୍ନ କରିଥିଲେ ।

ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆସନ୍ତା ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳର ରାଜନୈତିକ ନେତୃବୃନ୍ଦଙ୍କୁ ତୃଣମୂଳ ସ୍ତରରେ ଏଭଳି ଅନେକ ପ୍ରଶ୍ନ ପଚରା ଯାଇପାରେ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Dec 27, 2021, 4:01 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.