ETV Bharat / state

କୋରାପୁଟରେ ଲକଡାଉନ କଡାକଡି ପାଳନ - କୋରାପୁଟ ଲକଡାଉନ

ଶନିବାର ମଧ୍ୟରାତ୍ରିରୁ ଆସନ୍ତା ପନ୍ଦର ଦିନ ପାଇଁ କୋରାପୁଟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି ।

lockdown
କୋରାପୁଟରେ ଲକଡାଉନ କଡାକଡି ପାଳନ
author img

By

Published : Aug 2, 2020, 4:09 PM IST

କୋରାପୁଟ: ରବିବାର କୋରାପୁଟ ଜିଲ୍ଲାରେ 15 ଦିନିଆ ଲକଡାଉନର ପ୍ରଥମ ଦିନ । ଗତ ଶନିବାର ମଧ୍ୟରାତ୍ରିରୁ ଆସନ୍ତା ପନ୍ଦର ଦିନ ପାଇଁ କୋରାପୁଟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି ।

ଆସନ୍ତା 14 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ହେଉଥିବା ଏହି ଲକଡାଉନ ସମୟରେ ସମସ୍ତ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

କୋରାପୁଟରେ ଲକଡାଉନ କଡାକଡି ପାଳନ

ଏହି ସମୟରେ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଦୋକାନ ବଜାର ଅପରାହ୍ନ 1 ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଲୁଗା , ଜୋତା ଭଳି ଦୋକାନ ଗୁଡିକ କେବଳ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଖୋଲିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ଗତ କିଛିଦିନ ଧରି ଜିଲ୍ଲାରେ ପ୍ରତିଦିନ 50ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରବିବାର କେବଳ 12 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.