ETV Bharat / state

ଭକ୍ତଙ୍କ ପାଇଁ ଖୋଲିଲା ଶାବର ଶ୍ରୀକ୍ଷେତ୍ର, ଜାରି ରହିବ କୋଭିଡ କଟକଣା

author img

By

Published : Aug 3, 2021, 12:58 PM IST

କୋଭିଡ କଟକଣା ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିଲା କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିରର ସିଂହଦ୍ଵାର । ଅଧିକ ପଢନ୍ତୁ...

ଭକ୍ତଙ୍କ ପାଇଁ ଖୋଲିଲା ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର

କୋରାପୁଟ: କୋଭିଡ କଟକଣା ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିଲା କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିରର ସିଂହଦ୍ଵାର । କୋରୋନା ଯୋଗୁଁ ଅନେକ ଦିନ ଧରି ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିରର ସିଂହଦ୍ଵାର ବନ୍ଦ ରହିଥିଲା । ତେବେ ଆଜି ଏହା ଭକ୍ତଙ୍କ ପ୍ରବେଶ ପାଇଁ ଖୋଲାଯାଇଛି । ଏନେଇ ଭିସି ଯୋଗେ ମନ୍ଦିର ସଦସ୍ୟଙ୍କ ଉପସ୍ଥିତିରେ ଗତକାଲି ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭକ୍ତଙ୍କ ପାଇଁ ଖୋଲିଲା ଶାବର ଶ୍ରୀକ୍ଷେତ୍ର, ଜାରି ରହିବ କୋଭିଡ କଟକଣା

ଏହି ବୈଠକରେ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ କିପରି କୋରୋନା ନିୟମ ଅନୁସରଣ କରି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେନେଇ ଆଲୋଚନା ହୋଇଥିଲା । ଭକ୍ତମାନେ ମାସ୍କ ପିନ୍ଧିବା ସହ ମନ୍ଦିର ମୁଖ୍ୟ ଫାଟକ ନିକଟରେ ରଖାଯାଇଥିବା ସାନିଟାଇଜରକୁ ବ୍ୟବହାର କରି ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବାର ବ୍ୟବସ୍ଥା ରହିଛି । ମନ୍ଦିରରେ ପ୍ରସାଦର ବ୍ୟବସ୍ଥା କରାଯାଇଥିଲେ ହେଁ ବର୍ତ୍ତମାନ ପାଇଁ ଭକ୍ତମାନେ ମନ୍ଦିରରେ ବସି ଖାଇବାର ସୁବିଧା ଦିଆଯିବ ନାହିଁ । ପ୍ରସାଦକୁ ଭକ୍ତ ଘରକୁ ନେଇପାରିବେ ବୋଲି ମନ୍ଦିର ସମ୍ପାଦକ ଶ୍ରୀ ପରିଡା ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.