କୋରାପୁଟ: ଆସୁଛି ଗଣେଶ ପୂଜା । ସାଧାରଣ ସମୟ ହୋଇଥିଲେ ସାହି ମୁଣ୍ଡ, ରାସ୍ତାକଡ଼, ଛକ ଜାଗାରେ ବିଶାଳ ଆକାରର ଗଣେଶ ମୂର୍ତ୍ତୀ ପୂଜା ପାଇଥାନ୍ତେ । କିନ୍ତୁ ବର୍ତ୍ତମାନ କୋରୋନା ମହାମାରୀର ପ୍ରଭାବ ଯୋଗୁଁ ସବୁକିଛି ବଦଳିଯାଇଛି । ସାହିରେ ସାମୂହିକ ପୂଜା ହେବାର ସମ୍ଭାବନା ନଥିବା ଯୋଗୁଁ ଚଳିତ ବର୍ଷ ଏହି ପର୍ବ କେବଳ ଘର ଓ ଅନୁଷ୍ଠାନରେ ହେଉଥିବା ପୂଜା ମଧ୍ୟରେ ସୀମିତ ରହିଯିବ ।
ତେଣୁ ବଜାରକୁ ଚଳିତ ବର୍ଷ ବଡ ମୂର୍ତ୍ତୀ ଆଣିନଥିବା କୋରାପୁଟର କଳାନିକେତନ ଛକରେ ଗଣେଶ ପ୍ରତିମୂର୍ତ୍ତି ବିକ୍ରି କରି ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଥିବା ଯୁବ ବ୍ୟବସାୟୀ ଜଣାଇଛନ୍ତି । ଗତବର୍ଷ ଦୁଇ ଲକ୍ଷର ବ୍ୟବସାୟ ହୋଇଥିଲେ ହେଁ ଚଳିତ ବର୍ଷ କେବଳ ଛୋଟ ମୂର୍ତ୍ତୀ ବିକ୍ରି ପାଇଁ ଆଣିଥିବା ଯୋଗୁଁ କେବଳ 70 ହଜାର ଟଙ୍କାର ବ୍ୟବସାୟ କରୁଛନ୍ତି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ