ETV Bharat / state

ଜିଲ୍ଲାର ରାଜସ୍ବ ବୃଦ୍ଧି ପାଇଁ ସରକାରୀ କର୍ମଚାରୀଙ୍କ ଶପଥ ପାଠ - ରାଜସ୍ବ ବୃଦ୍ଧି ପାଇଁ ସରକାରୀ କର୍ମଚାରୀଙ୍କ ଶପଥ ପାଠ

କୋରାପୁଟ ଜିଲ୍ଲାରେ ରାଜସ୍ବ ବୃଦ୍ଧି କରିବା ପାଇଁ ନବବର୍ଷର ପ୍ରଥମ ଦିନରେ ସମସ୍ତ କର୍ମଚାରୀ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ...

Koraput govt. officers take oath for the growth of revenue on first day of new year
ଜିଲ୍ଲାର ରାଜସ୍ବ ବୃଦ୍ଧି ପାଇଁ ସରକାରୀ କର୍ମଚାରୀଙ୍କ ଶପଥ ପାଠ
author img

By

Published : Jan 1, 2021, 3:58 PM IST

କୋରାପୁଟ: କୋଭିଡ ଜନିତ ସମସ୍ୟାର ପ୍ରଭାବରେ ସରକାରୀ ରାଜସ୍ବର ଅଗ୍ରଗତି ବାଧାପ୍ରାପ୍ତ ହୋଇଛି । ଏଣୁ ଜିଲ୍ଲାର ରାଜସ୍ବ ବୃଦ୍ଧି କରିବା ପାଇଁ ନୂଆବର୍ଷର ପ୍ରଥମ ଦିନରେ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତ ସରକାରୀ କର୍ମଚାରୀ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ କରିଛନ୍ତି ।

ଜିଲ୍ଲାର ରାଜସ୍ବ ବୃଦ୍ଧି ପାଇଁ ସରକାରୀ କର୍ମଚାରୀଙ୍କ ଶପଥ ପାଠ

କୋରୋନା ମହାମାରୀ ଯୋଗୁଁ ଜିଲ୍ଲାବାସୀ ବିଭିନ୍ନ ପ୍ରକାର ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଆସନ୍ତା 3 ମାସ ମଧ୍ୟରେ ରାଜସ୍ବ ଅର୍ଥକୁ ସଂଗ୍ରହ କରିବାରେ ଯଥେଷ୍ଟ ମାତ୍ରାରେ ପରିଶ୍ରମ କରି ଏହାକୁ ଶତ ପ୍ରତିଶତ ହାସଲ କରାଯିବ । ଏହାସହିତ ନିଜ କାର୍ଯ୍ୟ ଦକ୍ଷତାକୁ ସମସ୍ତ ଦିଗରେ ବୃଦ୍ଧି ଏବଂ ରାଜସ୍ବ ବୃଦ୍ଧି ଦିଗରେ ପ୍ରୟାସକୁ ଦୃଢ କରିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ନବବର୍ଷର ପ୍ରଥମ ଦିନରେ ଶପଥ ନେଇଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ କହିଛନ୍ତି ।

ତେବେ କୋରୋନା ସଂକ୍ରମଣ ପାଇଁ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବାରୁ ରାଜ୍ୟ ସମେତ ଜିଲ୍ଲାର ଅର୍ଥନୀତି ଦୁର୍ବଳ ହୋଇପଡିଛି । ଏହାକୁ ସୁଦୃଢ କରିବା ପାଇଁ ଜିଲ୍ଲାରେ କର୍ମଚାରୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.