ETV Bharat / state

ଗାଁରେ ନାହିଁ ଇଣ୍ଟରନେଟ ସେବା, You Tube ପାଠପଢ଼ାକୁ ପିଲାଙ୍କ ବାଏ ବାଏ - internet issue in fulabeda

ମହାମାରୀ ସମୟରେ ଅନଲାଇନ ପାଠପଢ଼ାକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ମୋବାଇଲ ବା ଇଣ୍ଟରନେଟ ସେବା ଉପଲବ୍ଧ ନଥିବାରୁ ଅନଲାଇନ ବା ୟୁଟ୍ୟୁବ୍ ପାଠପଢ଼ାରୁ ଦୁରେଇ ଯାଉଛନ୍ତି କୋରାପୁଟ ଜିଲ୍ଲାର ଗାଁ ଗଣ୍ଡା ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

ଗାଁରେ ନାହିଁ ଇଣ୍ଟରନେଟ ସେବା, ୟୁଟ୍ୟୁବ୍ ପାଠପଢ଼ାକୁ ପିଲାଙ୍କ ବାଏବାଏ

author img

By

Published : Jun 26, 2021, 6:44 AM IST

କୋରାପୁଟ: ମହାମାରୀ ସମୟରେ ଅନଲାଇନ ପାଠପଢ଼ାକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ମୋବାଇଲ ବା ଇଣ୍ଟରନେଟ ସେବା ଉପଲବ୍ଧ ନଥିବାରୁ ଅନଲାଇନ ବା ୟୁଟ୍ୟୁବ୍ ପାଠପଢ଼ାରୁ ଦୁରେଇ ଯାଉଛନ୍ତି କୋରାପୁଟ ଜିଲ୍ଲାର ଗାଁ ଗଣ୍ଡା ଛାତ୍ରଛାତ୍ରୀ । ଡଙ୍ଗରିଆ ଅଞ୍ଚଳରେ ମୋବାଇଲ ସେବା ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଶ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଫୁଲବେଡା ପଞ୍ଚାୟତ ଓଡପୁର ଗ୍ରାମରେ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ଉଠିଲା ଦାବି ।

ଗାଁରେ ନାହିଁ ଇଣ୍ଟରନେଟ ସେବା, ୟୁଟ୍ୟୁବ୍ ପାଠପଢ଼ାକୁ ପିଲାଙ୍କ ବାଏବାଏ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡା ପଞ୍ଚାୟତ ଓଡପୁର ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମଳିଛି । ଅନଲାଇନ ପାଠପଢ଼ାରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବାରୁ ବର୍ତ୍ତମାନ ରାଜ୍ୟ ସରକାର ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଫୁଲବେଡା ପଞ୍ଚାୟତରେ ପାଖରେ ସ୍ମାର୍ଟ ଫୋନ କିମ୍ବା ଇଣ୍ଟରନେଟ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଖେଳକୁଦରେ ସମୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ୟୁଟ୍ୟୁବ ମାଧ୍ୟମରେ ପାଠ ପଢାଇବାର ପ୍ରୟାସ କରିବା ଦ୍ଵାରା ସହର ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସରକାର ଏକ ବିରାଟ ଫାଟ ସୃଷ୍ଟି ହୋଇଛି । ଡଙ୍ଗରିଆ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନଥିବା ବେଳେ ସରକାର ଏହି ଯୋଜନା କିପରି କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଡପୁର ଗ୍ରାମବାସୀ । ଗାଁର କିଛି ଶିକ୍ଷିତ ଯୁବକ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପଢ଼ାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କିଛି ଲାଭ ହୋଇନି ।

ଏଭଳି ସ୍ଥିତିରେ ଫୁଲବେଡା ପଞ୍ଚାୟତ ଓଡପୁର ଗ୍ରାମରେ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉ । ଏଭଳି ଦାବି କରିଛନ୍ତି ଫୁଲବେଡା ସରପଞ୍ଚ ହୀରାମଣି ଗାଦବା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.