ETV Bharat / state

ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରଶାସନ ପ୍ରସ୍ତୁତ: କୋରାପୁଟ ଜିଲ୍ଲାପାଳ

author img

By

Published : Jun 18, 2022, 4:43 PM IST

ଭୀଷଣ ବର୍ଷାର ପ୍ରଭାବରେ ଜୟପୁର ଉପଖଣ୍ଡରେ ନଦୀ ଜଳ କେତେବେଳେ ଗାଁ ଭିତରକୁ ପଶିଆସୁଥିବା ବେଳେ କୋରାପୁଟ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପାହାଡ଼ ଉପରୁ ମାଟି ଖସି ଆସୁଛି । କେଉଁଠି ରାସ୍ତା ଉପରକୁ ମାଡିଆସୁଛି ତ ଆଉ କେଉଁଠି ଗାଁଗଣ୍ଡାରେ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି । ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ

କୋରାପୁଟ: ଓଡିଶା ଛୁଇଁଲାଣି ମୌସୁମୀ । ମୌସୁମୀ ଆସିଲେ ଭୀଷଣ ବର୍ଷା ହୁଏ । ଯାହାର ପ୍ରଭାବରେ ଜୟପୁର ଉପଖଣ୍ଡରେ ନଦୀ ଜଳ କେତେବେଳେ ଗାଁ ଭିତରକୁ ପଶିଆସୁଥିବା ବେଳେ କୋରାପୁଟ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପାହାଡ଼ ଉପରୁ ମାଟି ଖସି ଆସେ । କେଉଁଠି ରାସ୍ତା ଉପରକୁ ମାଡିଆସୁଛି ତ ଆଉ କେଉଁଠି ଗାଁଗଣ୍ଡାରେ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ପରିସ୍ଥିତି ସୃଷ୍ଟି ହେବା ପରବେଶବିତ ମାନଙ୍କ ଚିନ୍ତାର କାରଣ ପାଲଟିଛି ।

ଏ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାର ଉଭୟ ଉପଖଣ୍ଡରେ ଥିବା ବିପର୍ଯ୍ୟୟକୁ ରୋକିବା ପାଇଁ ଆଜି(ଶନିବାର) ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସମ୍ପନ୍ନ ହୋଇଯାଇଛି । ଜୟପୁର ଉପଖଣ୍ଡ ଅଞ୍ଚଳର ବୋରିଗୁମ୍ମା ଓ କୋଟପାଡ଼ ବ୍ଲକରେ ନଦୀଜଳ ଗାଁ ଓ ଚାଷଜମି ମଧ୍ୟକୁ ପଶିଆସୁଥିବାର ସମ୍ଭାବନା ସହ କୋରାପୁଟର ପାହାଡ଼ ପର୍ବତ ବାହ୍ୟ ଜଗତର ପ୍ରକୃତି ପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବର୍ଷା ପଡିଲେ ରୀତିମତ ରାସ୍ତା କଡର ଥିବା ପାହାଡ଼ ଉପରୁ ମାଟି ଅତଡା ଖସିବା ଯୋଗୁଁ ଏହି ଅଞ୍ଚଳରେ ଯାତାୟତକୁ ନେଇ ଅନିଶ୍ଚିତତା ବୃଦ୍ଧି ପାଇବା ଚର୍ଚ୍ଚାର ବିଷୟ ପାଲଟିଛି ।

ଅତୀତରେ ବହୁଳ ଭାବେ ପୋଡ଼ୁ ଚାଷ କରାଯାଉଥିବା କାରଣରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ବର୍ଷାରେ ପାହାଡ଼ରୁ ମାଟି ଅତଡା ଖସିଆସୁଥିଲା ବେଳେ ଏହାର ଫଳସ୍ବରୂପ ନିକଟ ଅତୀତରେ କୋରାପୁଟ ଓ ସାଲୁର ମଧ୍ୟରେ ଥିବା ସାଲୁର ଓ ସୁଙ୍କି ଘାଟି ରାସ୍ତା ବାରମ୍ବାର ଅବରୋଧ ହେବା ସହ ଘଣ୍ଟା ଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଥିଲା । ପାହାଡ ଧସିଯିବା ଯୋଗୁଁ ସୃଷ୍ଟି ହୋଇଥିବା ଝର ରାସ୍ତା ମଝିରେ ପୋଖରୀ ଭଳି ଜଳମୟ ହୋଇଥିବାରୁ ଯାନବାହନ ଯାତାୟତ କରିଥିବା ଜାତୀୟ ରାଜପଥକୁ ବିପଦ ସଂକୁଳ କରିଦେଇଛି ।

ସେହିପରି ରାଣିଗଡ ଠାରେ ଗଢିଉଠିଥିବା ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ନିକଟରେ ନୂତନ ଭାବେ ନିର୍ମିତ ଓସାରିଆ ରାସ୍ତା ଉପରକୁ ପାହାଡର ଏକ ଅଂଶ ଖସିଆସିବା ଯୋଗୁଁ କୋରାପୁଟରୁ ବୋରିଗୁମ୍ମା ଯାତ୍ରା ଅନେକ ଦିନ ହେବ ପ୍ରଭାବିତ ହୋଇଥିଲା । ପାହାଡ଼ ଉପରେ କମି ଆସୁଥିବା ବୃକ୍ଷର ପରିମାଣ ଓ ପ୍ରକୃତିର ମୂଳ ରୂପକୁ ନଷ୍ଟ କରିଦେବା, ମାଟି ଅତଡା ଖସିବାର କାରଣ ବୋଲି ଜିଲ୍ଲାପାଳ ଅକ୍ତର ମତବ୍ୟକ୍ତ କରିଛନ୍ତି ।

ପଟ୍ଟାଙ୍ଗୀ ଓ ସୁଙ୍କି ମଧ୍ୟରେ ଜାତୀୟ ରାଜପଥ ଉପରକୁ ବିଗତ ଦିନମାନଙ୍କରେ ପାହାଡ଼ରୁ ଖସିଆସିଥିବା ମାଟି ପଥରକୁ ସଫା କରିଦିଆଯାଇଥିବା ବେଳେ ଏହି ରାସ୍ତାର ସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟୟ ଅଟକଳ କରାଯାଇ ଯୋଜନା ପ୍ରସ୍ତୁତ ହୋଇଥିବା ସେ ଜଣାଇଛନ୍ତି । ତେବେ କୋରାପୁଟ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ସହ ବୈଜ୍ଞାନିକ ପଦ୍ଧତିରେ ରାସ୍ତାଘାଟ ନିର୍ମାଣ କରିବା ସହିତ ପାହାଡ଼ ଉପରୁ ଜଳ ନିଷ୍କାସନ ହେବାର ବାଟକୁ ସୁଗମ କରିବା ଦିଗରେ ଥିବା ଆବଶ୍ୟକତା ଉପରେ ପରିବେଶବିତ୍ ଗୁରୁତ୍ବ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.