ETV Bharat / state

OCS Examରେ ୯୦ରାଙ୍କ ରଖିଲେ କୋରାପୁଟର ଝିଅ ସରଞ୍ଜିତା

author img

By

Published : Oct 9, 2022, 9:33 AM IST

ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ । କୋରାପୁଟର ଝିଅ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ OASରେ ୯୦ ରାଙ୍କରେ ରହିଛନ୍ତି । ଅଧିକ ପଢନ୍ତୁ

OASରେ ୯୦ରାଙ୍କ ରଖିଲେ କୋରାପୁଟର ଝିଅ ସରଞ୍ଜିତା

କୋରାପୁଟ: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଏହି ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି କୋରାପୁଟର ଝିଅ ସରଞ୍ଜୀତା । ତାଙ୍କ ସଫଳତା ପାଇଁ ନିଜ ପରିବାର ସଦସ୍ୟଙ୍କ ସମେତ କୋରାପୁଟ ମାଟିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏକ ସାଧାରଣ ସରକାରୀ କର୍ମଚାରୀଙ୍କ ପରିବାରରେ ଜନ୍ମ ହୋଇଥିବା ସରଞ୍ଜୀତା ନିଜ ନିରନ୍ତର ସାଧନା ବଳରେ ଆଜି ଓଏଏସ ସଫଳତାର ତାଲିକାରେ 90ତମ ସ୍ଥାନ ଅକ୍ତିଆର କରି ଜିଲ୍ଲାକୁ ଗୌରବ ଆଣି ଦେଇଛନ୍ତି । କୋରାପୁଟ ସହରରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ସରଞ୍ଜିତା ଭୁବନେଶ୍ଵର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ BCS ଓ ତାପରେ ଓୟୁଏଟିରେ ସ୍ନାତକୋତ୍ତର ଡିଗ୍ରୀ ସ୍ଵର୍ଣ୍ଣ ପଦକ ସହ ହାସଲ କରିବା ପରେ ଆନ୍ଥରୋପୋଲୋଜି ଓ ହୋମ ସାଇନ୍ସକୁ ଇଚ୍ଛାଧୀନ ବିଷୟ ଭାବେ ନେଇ ଓଏଏସ ପରୀକ୍ଷା ଦେଇଥିଲେ । ତେବେ କୋରାପୁଟର ଝିଅ ଭାବେ କୋରାପୁଟ ଅଞ୍ଚଳର ଆଦିବାସୀ ଜୀବନ, ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ଭଲ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇଥିବା ଯୋଗୁଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ସହଜ ହୋଇଥିଲା ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଖୋଲୁଛି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର, ହଲଚଲ ପାଓ୍ବାର କରିଡର

ଏନେଇ ସରଞ୍ଜିତା କହିଛନ୍ତି ଯେ," କୋରୋନା ମାନବ ସମାଜକୁ ଅନେକ ଦୁଃଖ ଦେଇଥିବା ବେଳେ ତାଙ୍କୁ ନିଜ ଜୀବନର ସମସ୍ତ ଶିକ୍ଷାକୁ ମନେ ପକାଇ ବିନା କୌଣସି ବାହ୍ୟ କୋଚିଙ୍ଗର ସହାୟତାରେ ସଫଳତା ହାସଲ କରିବା ଶିଖାଇଛି । କୋରାପୁଟ ସମସ୍ତଙ୍କୁ ଅନେକ କଥା ଶିଖାଇଥାଏ ଓ ତାଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି । କୋରାପୁଟ ତାଙ୍କୁ ଅନେକ କିଛି ଦେଇଛି । ବର୍ତ୍ତମାନ କୋରାପୁଟ ମାଟି ପ୍ରତି କୃତଜ୍ଞତା ଜଣାଉଛି । କୋରାପୁଟ ଅଞ୍ଚଳରେ ଯେ କୌଣସି ପ୍ରଶାସନିକ ସେବାରେ ନିୟୋଜିତ ହୋଇପାରିଲେ ଅତ୍ୟନ୍ତ ଖୁସି ହେବି ।"

ସରଞ୍ଜିତାଙ୍କ ସାଧନାକୁ ପାଖରୁ ଦେଖିଥିବା ତାଙ୍କ ମାଆ ସସ୍ମିତା ମାଝୀ ଆଜି ଝିଅର ସଫଳତାକୁ ନେଇ ଆନନ୍ଦିତ ହୋଇ ନିଜ କୋହକୁ ମଧ୍ୟ ସମ୍ଭାଳି ପାରିନାହାନ୍ତି । ସରଞ୍ଜିତାଙ୍କ ମା' କହିଛନ୍ତି ଯେ,"ମୁଁ ମୋ ଝିଅକୁ ନେଇ ଭାରି ଗର୍ବିତ । ମୁଁ ଯାହା ଭାବିଥିଲି ମୋ ଝିଅ ଆଜି ତାହା କରିକି ଦେଖେଇପାରିଲା । ମୁଁ ବହୁତ ଖୁସି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.