ETV Bharat / state

ଆଉ ରହିବନି ଚିନ୍ତା, ସହଜରେ ତେନ୍ତୁଳିରୁ ମଞ୍ଜି ଛଡାଇବେ ମହିଳା

ମହିଳା SHG ଗ୍ରୁପକୁ ତେନ୍ତୁଳି ମଞ୍ଜି ଛଡାଇବା ମେସିନ ପ୍ରଦାନ କଲା କୋରାପୁଟ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

author img

By

Published : Jun 28, 2022, 7:23 PM IST

ଆଉ ରହିବନି ଚିନ୍ତା, ସହଜରେ ତେନ୍ତୁଳିରୁ ମଞ୍ଜି ଛଡାଇବେ ମହିଳା
ଆଉ ରହିବନି ଚିନ୍ତା, ସହଜରେ ତେନ୍ତୁଳିରୁ ମଞ୍ଜି ଛଡାଇବେ ମହିଳା

କୋରାପୁଟ: ଦୂର ହେଲା ତେନ୍ତୁଳି ସଂଗ୍ରହକାରୀ ମହିଳାଙ୍କ ଦୁଃଖ। ବଣ ଜଙ୍ଗଲରୁ ତେନ୍ତୁଳି ସଂଗ୍ରହ କରୁଥିବା ମହିଳାଙ୍କୁ ମଞ୍ଜି ଛଡ଼ାଇବା ମେସିନ ପ୍ରଦାନ କଲା କୋରାପୁଟ ଜିଲ୍ଲା ପ୍ରଶାସନ । କେଭିଆଇସି କାଫ୍କୋ ଓ ଓରମାସର ମିଳିତ ପ୍ରୟାସରେ ମହିଳା ଏସଏଚଜି ଗୁଡ଼ିକୁ ଏହି ମେସିନ ପ୍ରଦାନ କରାଯାଇଥିବା ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୋମବାର ଜଣାଇଥିଲେ।

ପୂର୍ବରୁ ମହିଳା ମାନେ ଜଙ୍ଗଲରୁ ତେନ୍ତୁଳି ସଂଗ୍ରହ କରିବା ପରେ ସେଗୁଡିକରୁ ମଞ୍ଜି ବାହାର କରି ବଜାରରେ ବିକ୍ରି କରୁଥିଲେ। କିନ୍ତୁ ସମୟ ଅଭାବ ଯୋଗୁଁ ବହୁ ସମୟରେ ତେନ୍ତୁଳିରୁ ମଞ୍ଜି ବାହାର କରିବା ସମ୍ଭବ ହୋଇପାରେ ନାହିଁ । ଫଳରେ କମ ଦରରେ ଏହାକୁ ବଜାରରେ ବିକ୍ରି କରନ୍ତି। କିନ୍ତୁ ମହିଳାଙ୍କ ଏହି ସମସ୍ୟାକୁ ଦୂର କରିବାକୁ ତାଙ୍କୁ ମଞ୍ଜି ଛଡା ମେସିନ ପ୍ରଦାନ କରାଯାଇଛି। ଏହି ମେସିନ ଗୁଡ଼ିକୁ ବ୍ୟବହାର କରି ମହିଳା ମାନେ ଅଧିକ ଉତ୍ପାଦନ କରିପାରିବେ ବୋଲି ଏସଏଚଜି ଗ୍ରୁପ ର ସଦସ୍ୟ ଆଶା ପୋଷଣ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.