ETV Bharat / state

କୋରାପୁଟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

author img

By

Published : Dec 5, 2020, 9:25 PM IST

ଶନିବାର କୋରାପୁଟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ମୃତ୍ତିକାର ସଂରକ୍ଷଣ ତଥା ସ୍ୱାସ୍ଥ୍ୟର ସୁରକ୍ଷା କିପରି କରିହେବ ସେ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ...

Koraput celebrates World Soil Day
କୋରାପୁଟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

କୋରାପୁଟ: ଅତ୍ୟଧିକ ୟୁରିଆ ଓ ଅନ୍ୟାନ୍ୟ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଓଡ଼ିଶାର ଚାଷ ପ୍ରଧାନ ଅଞ୍ଚଳ ଓ ଏପରିକି କୋରାପୁଟର ଅନେକ ଚାଷ ଜମିରେ ମାଟି ପଥର ଭଳି ଟାଣ ହୋଇଆସିଥିବା ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ଚନ୍ଦ୍ର ନାଥ କ୍ଷୋଭ ପ୍ରକାଶ କରିଛନ୍ତି ।

ଆଜି(ଶନିବାର) କୋରାପୁଟରେ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ସେ ମୃତ୍ତିକାର ସଂରକ୍ଷଣ ତଥା ସ୍ୱାସ୍ଥ୍ୟର ସୁରକ୍ଷା କିପରି କରିହେବ ସେ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ । ବର୍ଷ ବର୍ଷ ଧରି ରାସାୟନିକ ସାର ବ୍ୟବହାର କରିସାରିଥିବା ଯୋଗୁଁ ହଠାତ ତାକୁ ବନ୍ଦ କରିଦେଲେ ଚାଷ ପ୍ରଭାବିତ ହେବ ।

କୋରାପୁଟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ତେଣୁ ଜୈବିକ ସାରର ପ୍ରୟୋଗକୁ ପ୍ରୋତ୍ସାହନ କରିବା ସହିତ ରାସାୟନିକ ସାରର ବ୍ୟବହାରରୁ ଧୀରେ ଧୀରେ ଅପସରିଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପାଡାଲ ଯୋଗ ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.